ବରଗଡ଼ : ଜମୁର୍ଡା ହାଇସ୍କୁଲ ପଡିଆରେ ତୃତୀୟ ବିଭୁତି ଭୂଷଣ ମେମୋରିଆଲ ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଜାଙ୍ଗେଡ କଳା ଡୁଙ୍ଗୁରୀ ଏବଂ ସମ୍ବଲପୁର ବୁହାଲପାଲି ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟାଏବ୍ରେକରର ଆଶ୍ରୟ ନିଆ ଯାଇଥିଲା । ଟାଏ ବ୍ରେକରରେ ଜାଙ୍ଗେଡ ଦଳ ୪-୨ ଗୋଳରେ ବିଜୟୀ ହୋଇଥିଲା । ଜମୁର୍ଡା ସରପଞ୍ଚ ପଦ୍ମଲୋଚନ ପଧାନ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଉଦଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ଯୋଗଦାନ ବିମଳ ଦାଶ, ହରଦୀପ ସିଂ, ବରଗଡ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ସମାଜସେବୀ ଦିଲ୍ଲୀପ ସାୱାଡ଼ିଆ, ରବି ଶର୍ମା, ପ୍ରେମାନନ୍ଦ ବାରିକ, ସରପଞ୍ଚ ପଦ୍ମଲୋଚନ ପଧାନ ପ୍ରମୁଖ ଯୋଗଦାନ କରିଥିଲେ । କମଗାଁ କଲେଜ ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦେବେଶ ଆଚାର୍ଯ୍ୟ ବିଜେତା ଜାଙ୍ଗେଡ ଓ ଉପ ବିଜେତା ବୁହାଲପାଲି ଦଳକୁ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବରେ କଳାଡୁଙ୍ଗୁରି ଦଳର ଲୋକନାଥ ସୁରୁଜାଲ ପୁରସ୍କୃତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ରେଫରୀ ମାନଙ୍କୁ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା । ସନ୍ତୋଷ ପଧାନ, ଅନିଲ ବାଗ, ସୁନୀଲ ବାଗ, ଶ୍ରୀନିବାସ ରାଜୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଅଶୋକ ବାରିକ ଓ ଆଶୁତୋଷ ପଧାନ ଙ୍କ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିବା ବେଳେ ସୁରେଶ ମିର୍ଦ୍ଧା ଧନ୍ୟବାଦ ପ୍ରଦାନ କରିଥିଲେ

Leave a Reply

Your email address will not be published.

error: Content is protected !!