ବରଗଡ଼ : ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକ ଅନ୍ତିମ ପରୀକ୍ଷାର ଫଳାଫଳ ଘୋଷିତ ହୋଇଛି। ଏଥିରେ ଇଂପରିଏଲ କଲେଜର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ରାଜନୀତି ବିଜ୍ଞାନ ବିଭାଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ କଲେଜମାନଙ୍କ ଅଧୀନରେ ଅଧ୍ୟୟନ କରୁଥିବା ୩୨୨୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜସ୍ମିନ ଭୋଇ ଷଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ନିଧି ଅଗ୍ରୱାଲ ୧୭ତମ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଶିକ୍ଷା ବିଭାଗରେ ୨୭୨୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲାବନ୍ୟା ପଣ୍ଡା ୨୯ତମ ସ୍ଥାନ ଅଧିକାର କରି ମାତାପିତା ତଥା ଇମ୍ପରିଅଲ କଲେଜ ପାଇଁ ଗୌରବ ଆଣିଛନ୍ତି।
ଏହି ଉତ୍କୃଷ୍ଟ ଫଳାଫଳ ପାଇଁ ସମସ୍ତ ସଫଳ ଛାତ୍ରୀମାନଙ୍କୁ କଲେଜ କର୍ତ୍ତୃପକ୍ଷ ତଥା ଅଧ୍ୟକ୍ଷ ଅଭିନନ୍ଦନ ଜଣାଇବା ସହ ଉଜ୍ବଳ ଭବିଷ୍ୟତର କାମନା କରିଛନ୍ତି । ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ଅଧ୍ୟକ୍ଷ ଦୀପକ କୁମାର ଗୋୟଲ ମତ ପ୍ରକାଶ କରିଛନ୍ତି ।
