ବରଗଡ଼ : ଅଧିବକ୍ତା ପରିଷଦ ବରଗଡ଼ ଜିଲ୍ଳା ଶାଖା ଏବଂ ବିକାଶ ଆଇନ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ବିକାଶ ଆଇନ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ପରିଷଦର ନବ ନିର୍ବାଚିତ ସଦସ୍ୟ କମ୍ବୁପାଣି ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ସମ୍ବଲପୁର ଆଇନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଗିରିଜା ଶଙ୍କର ଶର୍ମା ଯୋଗ ଦେଇଥିଲେ । ଅଧିବକ୍ତା ପରିଷଦର ଜିଲ୍ଳା ସଭାପତି ବରିଷ୍ଠ ଆଇନଜିବୀ ରବିନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନ ବିଦ୍ୟାଳୟର ପ୍ରଫେସର ଡକ୍ଟର ବିକ୍ରମ ଦାସ ସ୍ୱାଗତ ଅଭିଭାଷଣ ଏବଂ ଅଧ୍ୟାପକ ଯାମିନୀ ସାହୁ ସଂଚାଳନ କରିଥିଲେ । ଏ ଅବସରରେ ପୂର୍ବରୁ ସାମ୍ବିଧାନିକ କର୍ତବ୍ୟ ଉପରେ ବକ୍ତବ୍ୟ ପ୍ରତିଯୋଗିତାରେ ବିକାଶ ଡିଗ୍ରୀ କଲେଜର ସ୍ୱାତୀଶ୍ରୀ ପ୍ରଧାନ ପ୍ରଥମ, ପଞ୍ଚାୟତ ମହାବିଦ୍ୟାଳୟର ଅଭିନାଶ ନାଗ ଦ୍ୱିତୀୟ ଏବଂ ମହିଳା ମହାବିଦ୍ୟାଳୟର ଅର୍ଚ୍ଚନା ମୁଣ୍ଡାଚୁଲିଆ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏଡଭୋକେଟ ଜୟଶ୍ରୀ ମହାପାତ୍ର ଏବଂ ଏଡଭୋକେଟ ଡଲି ବେହେରାଙ୍କ ସଂଯୋଜନାରେ ପ୍ରାରମ୍ଭିକ ସଂଗୀତ ଏବଂ ଉଦଯାପନୀ ସଂଗୀତ ପରିବେଷିତ ହୋଇଥିଲା । ପରିଶେଷରେ ଅଧିବକ୍ତା ପରିଷଦର ଜିଲ୍ଳା ସଂପାଦକ ମନୋଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
