ବରଗଡ଼ : ବରଗଡ଼ ଦେଇ ବୃନ୍ଦାବନକୁ ଆରମ୍ଭ ହେଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ । ପୁରୀରୁ ଏହି ଭଲବୋ ବସ ବରଗଡ଼ ଦେଇ ପ୍ରତି ସୋମବାର ବୃନ୍ଦାବନ ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ମିଳିଛି । ରାଜ୍ୟ ପରିବହନ ନିଗମର ଏହି ବସ ପୁରୀରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର , କଟକ, ଅନୁଗୁଲ, ସମ୍ବଲପୁର ଦେଇ ବରଗଡ଼ରେ ପହଂଚିବ । ପରେ ବରଗଡ଼ରୁ ବିଲାସପୁର, ସାଗର, ଗ୍ୱାଲିୟର,ଆଗ୍ରା , ମଥୁରା, ବୃନ୍ଦାବନକୁ ଯାତ୍ରା କରିବ । ବରଗଡ଼ରୁ ସିଧାସଳଖ ବୃନ୍ଦାବନକୁ ବସ ସେବା ଆରମ୍ଭ ହେବା ପରେ ଯାତ୍ରୀ ମହଳରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar