ବରଗଡ଼ : ବରଗଡ଼ରେ ମାହେଶ୍ୱରୀ ନର୍ସିଂ କଲେଜର ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଷ୍ଟେଲା ବାଗଙ୍କ ପରିଚାଳନାରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟଅତିଥି , ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ ଲୁହା ସମ୍ମାନିତ ଅତିଥି, ଆନ୍ତର୍ଜାତିକ ମାନ୍ୟତା ପ୍ରାପ୍ତ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ ମୁଖ୍ୟବକ୍ତା , ଡାକ୍ତର ଅରୁପାନନ୍ଦ ସାହୁ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର୍ ଚେୟାରମେନ ଫକୀର କର୍ଣ୍ଣ ଓ ସଂପାଦିକା ସନ୍ତୋଶିନୀ କର୍ଣ୍ଣ ମଞ୍ଚସିନ ଥିଲେ । ପ୍ରତ୍ୟେକ ଚିକିତ୍ସାଳୟରେ ଦିନକୁ ଦିନ ନର୍ସ ମାନଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆନ୍ତର୍ଜାତିକ ନର୍ସିଂ ଦିବସ ଅବସରରେ ଆଯୋଜିତ ଏହି ବାର୍ଷିକ ଉତ୍ସବରେ କଲେଜର୍ ଅଧ୍ୟକ୍ଷା ଜାଗୃତି ଦିଶ୍ରୀ ବିବରଣୀ ପାଠ ଏବଂ ବିଜୟ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପକ୍ଷରୁ ସୁନ୍ଦରଗଡ଼ ଓ ବରଗଡ଼ ଠାରେ ନର୍ସିଂ ଶିକ୍ଷା ପାଇଁ ସ୍ନାତକତ୍ତୋର ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar