ଯୋଗଦେଲେ ବଲିଉଡର ପ୍ରସିଦ୍ଧ ଅଭିନେତା ପୁନିତ ଇସର

ବରଗଡ଼ : ଇମ୍ପରିୟଲ କଲେଜ ପରିସରରେ ଦୁଇଦିନିଆ ଏଲିକ୍ସଜିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଏହି କାର୍ଯ୍ୟକ୍ରମରେ ଇଣ୍ଡିଏନ ଅଏଲର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରଜଂନ କୁମାର ମହାପାତ୍ର , ନାଗାଲାଣ୍ଡର ଶିକ୍ଷାବିଦ୍ ତଥା କବି ଡକ୍ଟର ଥେୟିସିନୋ କେଡିତ୍ସୁ , ଏଟଲାସ ସ୍କିଲଟେକ୍ ୟୁନିଭରସିଟି ମୁମ୍ବାଇର ଭାଇସ ଚାନସେଲର ଡକ୍ଟର ରଜଂନ ୱେଲେକର ଯୋଗ ଦେଇଥିଲେ । ଅପରାହ୍ନ ଅଧିବେଶନରେ ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ବିଷୟରେ ନିଜର ଉପସ୍ଥାପନା ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସରେ ବଲିଉଡରେ ପ୍ରସିଦ୍ଧ ଅଭିନେତା ତଥା ଲୋକପ୍ରିୟ ସିରିଏଲ ମହାଭାରତରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିବା ପୁନିତ ଇସର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀ ଇସର କହିଥିଲେ ଯେ ସଂଘର୍ଷ ହିଁ ଜୀବନର ଅନ୍ୟନାମ । କୁଲି ସିନେମାରେ ଅଭିନୟ କରିବା ସମୟରେ ତାଙ୍କ ହାତରେ ଅମିତାବ ବଚ୍ଚନ ଆହତ ହେବା ପରେ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କୁ କୌଣସି କାର୍ଯ୍ୟ ମିଳି ନ ଥିଲା । ଯଦିଓ ଏହି ଘଟଣା ଅଭିନୟର ଅଂଶସ୍ୱରୁପ ଥିଲା ତଥାପି ଏହା ତାଙ୍କ ଜୀବନର ପ୍ରଥମ କିଛି ବର୍ଷ ତାଙ୍କୁ ସଂଘର୍ଷ ମଧ୍ୟକୁ ଠେଲି ଦେଇଥିଲା । ପରେ ସେ ଏଥିରୁ ବାହାରି ଅନେକ ସିରିଏଲ ଓ ସିନେମାରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ସ୍ୱାସ୍ଥ୍ୟ ହିଁ ମନୁଷ୍ୟର ସବୁଠାରୁ ବଡ ଶକ୍ତି ବୋଲି ସେ କହି ପ୍ରତିଦିନ କିଛି ନା କିଛି ବ୍ୟାୟାମ କରିବାକୁ ଉପଦେଶ ଦେଇଥିଲେ । ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ମଧ୍ୟ ଯୋଗ ଦେଇଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar