ବରଗଡ଼ : ବରଗଡ଼ ଗାନ୍ଧିଭବନଠାରେ ପଣ୍ଡିତ ଘନଶ୍ୟାମ ପାଣିଗ୍ରାହୀଙ୍କର ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି ।  ରାଜ୍ୟସ୍ତରୀୟ ଘନଶ୍ୟାମ ପାଣିଗ୍ରାହୀ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ଜୟନ୍ତୀ ସଭାରେ  ମନୋରଞ୍ଜନ ସାହୁ ସଭାପତିତ୍ୱ କରିଥିବା ବେଲେ, ଜ଼ିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡାକ୍ତର ଲଷ୍ମୀଶ୍ରୀୟା ବେହେରା  ସହ ମୁଖ୍ୟବକ୍ତା ପୂର୍ବତନ ବାୟୁସେନା ଅଧିକାରୀ ବିଦ୍ୟୁତ ଦାଶ ଏବଂ ସ୍ମୃତି କମିଟି ର ସମ୍ପାଦକ ତଥା ସଂଗ୍ରାମୀଙ୍କର ନାତି  ସୁମନ୍ତ ପାଣିଗ୍ରାହୀ ମଂଚାସୀନ ଥିଲେ  ।  ସ୍ୱାଧୀନତା ସଂଗ୍ରାମୀ ତଥା କବିରାଜ ଘନଶ୍ୟାମ ପାଣିଗ୍ରାହୀ ଙ୍କର ସ୍ମୃତିଚାରଣ କରିବା ସହ ତାଙ୍କର ବ୍ୟକ୍ତିତ୍ୱ ର ମହିମା ଗାନ କରାଯାଇଥିଲା ।  ଜୟନ୍ତୀ ସଭାକୁ  ଡାକ୍ତର ସଂଜିତ କୁମାର ମିଶ୍ର ସଂଯୋଜନା କରିବା ସହ, ପ୍ରଫେସର ସ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।  କାର୍ଯକ୍ରମକୁ ସଫଳ କରିବା ପାଇଁ ପ୍ରେରଣା ଶିକ୍ଷା ସାମାଜିକ ଟ୍ରଷ୍ଟ ର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar