ଆଗାମୀ ୨୦ ନଭେମ୍ବର ପୁସ୍ତକ ମେଳା ଉଦ୍ଘାଟନୀ ଦିବସ ରେ ଦିଆଯିବ ପୁରସ୍କାର

ବରଗଡ଼ : ପ୍ରତିବର୍ଷ ଭଳି ଚଳିତ ବର୍ଷ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକର ଫଳାଫଳ ଘୋଷିତ ହୋଇଯାଇଛି। ଏଥିରେ କୃତୀ ପ୍ରତିଯୋଗୀ ଙ୍କୁ ଆଗାମୀ ନଭେମ୍ବର ୨୦ ତାରିଖ ରୁ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ହେଉଥିବା ପୁସ୍ତକ ମେଳା ର ଉଦ୍ଘାଟନୀ ଉତ୍ସବ ରେ ପାଠାଗାର ପକ୍ଷରୁ ପୁରସ୍କୃତ କରାଯିବ ।
ଏହି ପ୍ରତିଯୋଗୀତା ଗୁଡ଼ିକରେ ଯେଉଁ ପ୍ରତିଯୋଗୀ ମାନେ କୃତିତ୍ୱ ର ସଫଳ ହୋଇଛନ୍ତି ସେମାନେ ହେଲେ ଜୁନିଅର ବିଭାଗ ବକୃତା ପ୍ରତିଯୋଗୀତାରେ ରୋଟାରୀ ପବ୍ଲିକ ସ୍କୁଲ ର ଛାତ୍ରୀ ସୁପ୍ରୀତି ଭୋଇ ପ୍ରଥମ, ସେହି ସ୍କୁଲ ର ଛାତ୍ରୀ ପ୍ରତୀକ୍ଷା ଦାଶ ଦ୍ଵିତୀୟ ଓ ପି ଏମ୍ ଶ୍ରୀ କେନ୍ଦୀୟ ବିଦ୍ୟାଳୟ ବରଗଡ଼ ର ଛାତ୍ରୀ ଆସ୍ନା ଅନ୍ୱେଷା ମଙ୍ଗୁଆଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସିନିୟର ବିଭାଗ ର ବକୃତା ପ୍ରତିଯୋଗିତା ରେ ପଞ୍ଚାୟତ ଡ଼ିଗ୍ରୀ ମହାବିଦ୍ୟାଳୟ ର ଛାତ୍ର ଅବିନାଶ ନାଗ ପ୍ରଥମ, କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟ ର ଛାତ୍ରୀ ଜିଜ୍ଞାସା ଜ୍ୟୋତିର୍ମୟୀ ମହାପାତ୍ର ଦ୍ଵିତୀୟ ଓ ସଂସ୍କାର ଇଣ୍ଟର୍ନେସନାଲ ସ୍କୁଲ ର ଛାତ୍ର ମୃଣାଳ ମୁଣ୍ଡ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟ ପକ୍ଷରେ ସବ -ଜୁନିଅର ଚିତ୍ରାଙ୍କନ ପ୍ରତିଯୋଗିତାରେ ପି ଏମ୍ ଶ୍ରୀ କେନ୍ଦୀୟ ବିଦ୍ୟାଳୟ ବରଗଡ଼ ର ଛାତ୍ରୀ ଶିବ୍ୟାନ୍ସି ବେହେରା ପ୍ରଥମ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁର ର ଛାତ୍ର ଶାଶ୍ଵତ ବାରିକ ଦ୍ଵିତୀୟ , ଏ ଇ ଏମ୍ ଇଂରାଜୀ ମାଧ୍ୟମ ସ୍କୁଲ ର ଛାତ୍ରୀ ପ୍ରିୟାରାଣୀ ଭୋଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜୁନିୟର ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତାରେ ରେ ବେଦିକ ଇଣ୍ଟର୍ନେସନାଲ ସ୍କୁଲ ର ଛାତ୍ର ଅର୍ଣ୍ଣବ୍ ଠାକୁର ପ୍ରଥମ, ରୋଟାରୀ ପବ୍ଲିକ ସ୍କୁଲ ର ଛାତ୍ରୀ ମିନି ପ୍ରଧାନ ଦ୍ଵିତୀୟ ଓ ବେଦିକ ଇଣ୍ଟର୍ନେସନାଲ ସ୍କୁଲର ଛାତ୍ର ଶିବାଂସ୍ ଭୋଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସିନିୟର୍ ବିଭାଗ ର ଚିତ୍ରାଙ୍କନ ପ୍ରତିଯୋଗିତା ରେ ରୋଟାରୀ ପବ୍ଲିକ ସ୍କୁଲର ଛାତ୍ରୀ ଅନ୍ୱେଷା ବାଗ ପ୍ରଥମ, କ୍ରିଷ୍ଣା ବିକାଶ ସିମେଣ୍ଟ ନଗର ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରୀ ଅନନ୍ୟା କୁମାରୀ ସା ଦ୍ଵିତୀୟ ଓ ରୋଟାରୀ ପବ୍ଲିକ ସ୍କୁଲ ର ଛାତ୍ର ଶ୍ରୀଶାନ୍ତ କୁମାର ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ପ୍ରବନ୍ଧ ଲିଖନ ପ୍ରତିଯୋଗିତା ର ଜୁନିୟର ବିଭାଗ ରେ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀ ଅଂଶିକା ଦାଶ ପ୍ରଥମ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁର ର ଛାତ୍ରୀ ଆଦ୍ୟାଶା ବାରିକ ଦ୍ଵିତୀୟ , ରେନବୋ ପବ୍ଲିକ ସ୍କୁଲ ର ଛାତ୍ର ଲକ୍ଷ୍ମୀ ପ୍ରସନ୍ନ ଚେକୁରି ତୃତୀୟ ହୋଇଥିବା ବେଳେ ସିନିଅର ବିଭାଗ ରେ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ର ଛାତ୍ରୀ ପ୍ରଜ୍ଞାଶ୍ରୀ ଦାଶ ପ୍ରଥମ, ବିକାଶ ଆଇନ ସ୍କୁଲ ର ଛାତ୍ର ଆକାଶ ପଟ୍ଟନାୟକ ଦ୍ଵିତୀୟ ଓ ସଂସ୍କାର ଇଣ୍ଟର୍ନେସନାଲ ସ୍କୁଲ ର ଛାତ୍ର ଆଶିଷ ବିଶ୍ଵାଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟ ପକ୍ଷରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ଜୁନିୟର ବିଭାଗ ରେ କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟ ର ଛାତ୍ରୀ ସୃଷ୍ଟି ପ୍ରଜ୍ଞା ପଣ୍ଡା ପ୍ରଥମ, ସଂସ୍କାର ଇଣ୍ଟର୍ନେସନାଲ ସ୍କୁଲ ର ଛାତ୍ରୀ ସଂସ୍କୃତି ଜେନ ଦ୍ଵିତୀୟ ଓ କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟ ର ଛାତ୍ରୀ ଅଭିପସା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସାଧାରଣ ଜ୍ଞାନ ପ୍ରତିଯୋଗିତା ର ସିନିୟର ବିଭାଗ ରେ ଟ୍ରଷ୍ଟ ଫଣ୍ଡ ଡ଼ିଗ୍ରୀ ମହାବିଦ୍ୟାଳୟ ର ଛାତ୍ର ଜୟନ୍ତ ସାହୁ ପ୍ରଥମ, ଅଞ୍ଚଳ ମହାବିଦ୍ୟାଳୟ , ପଦ୍ମପୁର ର ଛାତ୍ରୀ କଲ୍ୟାଣୀ ସାହୁ ଦ୍ଵିତୀୟ ଓ ବିକାଶ ଆଇନ ସ୍କୁଲ ର ଛାତ୍ର ଦେବାଶିଷ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି କୃତି ପ୍ରତିଯୋଗୀଙ୍କୁ ଆଗାମୀ ନଭେମ୍ବର ୨୦ ପୁସ୍ତକ ମେଳା ର ଉଦ୍ଘାଟନୀ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ପ୍ରକାଶ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar