ବରଗଡ଼ : ବରଗଡ଼ ସଦର ବ୍ଳକ ଲାଉନସରାଠାରେ ୫୫ ତମ ପଞ୍ଚଦିବସୀୟ ରନିଙ୍ଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଲାଉନସରା ଏଥେଲେଟିକ ଏସୋସିଏନ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଉଛନ୍ତି । ପ୍ରଥମ ଦିବସରେ ପୁଟୁରପାଲି ଓ ଦଲ୍ଳାବାହାଲ ଏବଂ ଅଇଁଠାପାଲି ଓ ଧୀରପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଲ୍ଳାବାହାଲ ଏବଂ ଅଇଁଠାପାଲି ଦଳ ବିଜୟୀ ହୋଇଥିଲେ । ସେହିପରି ଦଲ୍ଳାବାଲାଲ ଓ ଅଇଁଠାପାଲି ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଦଲ୍ଳାବାହାଲ ଦଳ ବିଜୟୀ ହୋଇଥିଲା । ଉଦଘାଟନୀ ଉତ୍ସବରେ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଲାଉନସରା ଏଥେଲେଟିକ ଏସୋସିଏନର ମୀନକେତନ ମହାକୁଡ, ରବିନ୍ଦ୍ର ଭୋଇ, ନୀଲାମ୍ବର ପ୍ରଧାନ, ଦୀପକ ନାଏକ, ଶଙ୍କର ବିଶ୍ୱାଲଙ୍କ ସମେତ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar