ବରଗଡ଼ : ସିମେଣ୍ଟ ନଗର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା “ ଖେଲୋ ସିଏନଇଏମଏସ” ଦୁଇ ଦିନ ଧରି ଆୟୋଜିତ ହୋଇଯାଇଛି । ଉଦଘାଟନୀ ସଭାକୁ ସେକେଣ୍ଡ ଇନ କମାଣ୍ଡ ବାପୁନ ରାଉତ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ସନାତନ ମହାପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି କ୍ରିଷ୍ଣା ବିକାଶ ଗ୍ରୁପର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଅଶ୍ୱିନୀ କୁମାର ନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ କ୍ରୀଡା ମଶାଳକୁ ସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି କ୍ରୀଡା ଜୀବନର ଏକ ଅଙ୍ଗ ଓ ଏହା ସୁସ୍ଥ ମାନସିକ ସ୍ଥିତି ବଜାୟ ରଖିବା ସହିତ ନୂତନ ନେତୃତ୍ୱ ସୃଷ୍ଟି କରିଥାଏ ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ କ୍ରୀଡା ଆମକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।
ଦୁଇ ଦିନ ଧରି ଦୌଡ, ଲମ୍ବ ଡିଆଁ, ସର୍ଟ ପୁଟ,ସ୍ପୁନ ଏଣ୍ଡ ମାର୍ବଲ, ଫ୍ରଗ ରେସ, ଗଣିତ ରେସ ପରି ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ , ଅଭିଭାବକମାନଙ୍କ ମଧ୍ୟରେ ଦୌଡ, ମ୍ୟୁଜିକ ଚେୟାର ଓ ସର୍ଟ ପୁଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ସଭାରେ ବରଗଡ ସିମେଣ୍ଟ ୱାର୍କସର ମୁଖ୍ୟ ସୁକାନ୍ତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷୟତ୍ରୀ ଶ୍ରେୟା ଠାକୁର ଧନ୍ୟବାଦ ଦେଇଥିଲେ ।