ଅମ୍ବାଭୋନା : ସ୍ୱାଧୀନତା ସଂଗ୍ରାମୀ ବଲଭଦ୍ର ସିଂ ଦାଓଙ୍କ ଦାୟାଦ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଅନ୍ତରାଡି ଗ୍ରାମର ପ୍ରଦୀପ ସିଂ ଦାଓଙ୍କ ପରିବାରକୁ ଯାତ୍ରା କଳାକାର ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି ଅବସରରେ ସେ ସ୍ୱାଧିନତା ସଂଗ୍ରାମୀ ବଳଭଦ୍ର ସିଂ ଦାଓ ଙ୍କ ଅଣନାତି ପ୍ରଦୀପ ସିଂ ଦାଓଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ସଂଗ୍ରାମୀଙ୍କ ଦାୟାଦ ମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ଗଣନାଟ୍ୟର ହାସ୍ୟାଭିନେତା ମୁନ୍ନା ଭାଇ, ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଭୋଇ, ସାମ୍ବାଦିକ ଜୟସିଂହ ପଧାନ,ରଞ୍ଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!