ଭେଡେନ : ଅଗ୍ରଣୀ ସେବାସଂସ୍ଥା ଅମୃତ କୁଟୁମର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଆନନ୍ଦ ଚନ୍ଦ୍ର ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡାକ୍ତର ଶଙ୍କର ରାମଚନ୍ଦାନୀ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ସେହିପରି ଅଧ୍ୟାପକ ଶେଷନ ବିଶି ,ସନ୍ତୋଷ ପଣ୍ଡା ଅଶୋକ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏ ଅବସରରେ ଗୌରହରି ମିଶ୍ର, ଆର୍ଯ୍ୟାନ ମହାନନ୍ଦ,ରମେଶ ମେହେର, ଶୁଶ୍ରୀୟା ମେଲ୍ଲି, ଶ୍ୟାମସୁନ୍ଦର ପାତ୍ର,ତେଜରାଜ ମେହେର, ସଂଘମିତ୍ରା ପଟେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ରକ୍ତବିନ୍ଦୁ ସେବା ପରିବାର ଭୁବନେଶ୍ୱର,ସାଇ ଭଜନ ମଣ୍ଡଳୀ ଡାଙ୍ଗବାହାଲ, ଆମ୍ବେଦକର ଯୁବକ ସଂଗଠନ ବୁର୍ଦା ଆଦି ବିଭିନ୍ନ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁରେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା, ଲଲିତ ସାହୁ ବିବରଣୀ ପଠନ ଏବଂ ଅଧ୍ୟାପକ ଧନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅଧ୍ୟାପକ ଧନେଶ୍ୱର ସାହୁ ଓ ଆନନ୍ଦ ସୁନାଙ୍କ ସଂଜୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ଅଶୋକ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ବରଗଡ଼ ରକ୍ତଭଣ୍ଡାର ଓ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ୫୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!