ପାଇକମାଳ : ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାଳ ବିଜ୍ଞାନ ଓ ହସ୍ତକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଶ୍ରୀ ଅରବିନ୍ଦ ବିଜ୍ଞାନ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ଗୋକୁଳାନନ୍ଦ ଡନସନା ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଓ ହସ୍ତକଳା ପ୍ରଦର୍ଶନ କରିଥିଲେ । ବିଜ୍ଞାନ ବିଭାଗରେ ନରହରି ସିଂ, ଗଙ୍ଗାଧର ରଣା, ବିକ୍ରମ ସିଂ,ହରିପ୍ରିୟା ସାହୁ, ଶିବାନନ୍ଦ ପଟେଲ ଓ ହସ୍ତକଳା ବିଭାଗରେ ଭିଏସ ନନ୍ଦ ବରିହା, ଜଗନ୍ନାଥ ରଣା ଓ ତପସ୍ୱିନୀ ଭୋଇ ବିଚାରକ ଭାବରେ ଥିଲେ । ପ ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମୀନତି ଟେଟେ ଓ ସମ୍ମାନୀତ ଅତିଥି ଭାବରେ ଶିକ୍ଷାକେନ୍ଦ୍ରର ସଭାପତି ଗୋକୁଳାନନ୍ଦ ଡନସନା, ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଗଙ୍ଗାଧର ରଣା, ପରିଚାଳନା କମିଟି ସଭ୍ୟ ତପନ ବହିଦାର ଓ ଅନିରୁଦ୍ଧ ପଣ୍ଡା ପ୍ରମୁଖ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଉପାଧ୍ୟକ୍ଷ ମଳୟ ହଂସ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!