ବରଗଡ଼ : ୭୩ତମ ନିଖିଳ ଭାରତ ସମବାୟ ସପ୍ତାହ -୨୦୨୪ ପାଳନର ଅବ୍ୟବହିତ ପୂର୍ବରୁ ବରଗଡ଼ କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳନା କେନ୍ଦ୍ର଼ ତରଫରୁ ‘ବୀକ୍ଷିତ ଭାରତ ଗଠନରେ ସମବାୟର ଭୂମିକା’ ଶୀର୍ଷକ ଆଧାରିତ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସ୍ନାତକ ଶ୍ରେଣୀର ଛାତ୍ରୀ ଅଙ୍କିତାରାଣୀ ଛୁରିଆ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଡୋଲି ଥାପା ଭାଗନେଇ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ହାସଲ କରିଥିଲେ । କୃତୀ ପ୍ରତିଯୋଗୀମାନେ ଭୁବନେଶ୍ୱର ସମବାୟ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଛାତ୍ରୀମାନଙ୍କ ସଫଳତାକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍, ସଂଯୋଜିକା ବରିଷ୍ଠ ଅଧ୍ୟାପିକା ଡକ୍ଟର ବନୁଜା ମେହେର ଏବଂ ଅଧ୍ୟାପକ ଅଧ୍ୟାପିକା ଶୁଭେଚ୍ଛା ଜଣାଇଛନ୍ତି ।
