ପାଇକମାଲ : ପାଇକମାଲ ନିକଟସ୍ଥ ଚେତନା ଶ୍ରମିକ ସଂଘଠାରେ କୃଷକ ଚେତନା ସଭା ଆୟୋଜିତ ହୋଇଯାଇଛି । ଜୟ କିଶାନ ଆନ୍ଦୋଳନ ସଭାପତି ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ପାଇକମାଳ, ଝାରବନ୍ଧ , ପଦ୍ମପୁର ବ୍ଲକର କର୍ମକର୍ତ୍ତା ସାମିଲ ହୋଇଥିଲେ । ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ ଯୋଗଦେଇ ବିଜୁଳିର ନୀତିଗତ ସମସ୍ୟା କୁ ସରକାର ପାଖରେ ଉପସ୍ଥାପନ କରି ପାରିଲେ, ତାର ସମସ୍ୟା ଦୁରହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାଷୀ ନେତା ଶିବ ପ୍ରସାଦ ଖମାରୀ , ସନ୍ତୋଷ ବେହେରା , ହର ବଣିଆ , ମହେଶ, ସନ୍ତୋଷ ବେହେରା, ଅରୁଣ ସାହୁ ପ୍ରମୁଖ ବହୁ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ । ପରିଶେଷରେ ବାଳକୃଷ୍ଣ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!