ଅମ୍ବାଭୋନା : ଲଖନପୁର ସ୍ଥିତ କମଲ ସିଂ ଦାଉ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଳକସ୍ତରୀୟ ପ୍ରଧାନଶିକ୍ଷକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ , କେଦାରନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ରଥ , ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ସାହୁ ମଞ୍ଚାସୀନ ଥିଲେ । ବିଜ୍ଞାନ ଶିକ୍ଷକ ମନୋହର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କର୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମଚନ୍ଦ୍ର ସାହୁ ବିଗତ ବୈଠକର ବିବରଣୀ ପଠନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁ ବିଭିନ୍ନ କ୍ଷେତ୍ରରେ ଅମ୍ବାଭୋନା ବ୍ଳକକୁ ଜିଲ୍ଲାସ୍ତରର ସଫଳତା ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଶିକ୍ଷକ ସୁଜିତ ପଶାୟତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ସେବାରାମ ଗଡ଼ତିଆ, ଘନଶ୍ୟାମ ପ୍ରଧାନ, ଗୁଣନିଧି ମିର୍ଦ୍ଧା, ରଜନୀ ଖମାରୀ, ଜନାର୍ଦ୍ଦନ ସା , ସୁରେଶ ମହାନନ୍ଦ , ବିଦୁଭୁଷଣ ସାହୁ, ଦେବେନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!