ଭଟଲି : ଭଟଲି ବ୍ଲକ ଅଧିନସ୍ଥ କମଗାଁ ମହାବିଦ୍ୟାଳୟଠାରେ ଶୈଶବ ସମୟର କେନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲିଙ୍ଗମାର୍ଣ୍ଣି ହାଇସ୍କୁଲର ସ୍ନାତକ ଶିକ୍ଷକ ପଞ୍ଚାନନ ମେହେର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଏମଡି ଶେଖ, ୱାଏଆରସି କାଉନସେଲର ଅରବିନ୍ଦ ଦାଶ ଓ ଶ୍ରୀମତୀ ଟୁନି ବେହେରା ଯୋଗଦେଇଥିଲେ । ଅଧ୍ୟାପିକା ମମତା ଭୋଇ କେନସର ବିଷୟରେ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟାପିକା ଅନୁପମା ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କମଗାଁ କଲେଜର ଯୁବ ରେଡ଼କ୍ରସର ସ୍ୱେଛାସେବୀ ଓ ଜାତୀୟ ସେବା ଯୋଜନାର ସ୍ୱେଛାସେବୀ ଙ୍କ ସମେତ କଲେଜର ଅଧ୍ୟାପିକା ଅନୁପମା ପଣ୍ଡା, ଡ଼ ଦୀପିକା କୁମାରୀ, ଚିତ୍ତରଞ୍ଜନ ମହାନନ୍ଦ ,ଅମୀୟ ପଟେଲ, ଦୀପିକା ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!