ପାଇକମାଳ : ପାଇକମାଳ ବ୍ଳକ ମନଭଙ୍ଗ ଡ଼୍ୟାମ ଦୁର୍ଗେଇ ଦେବୀଙ୍କ ମଣ୍ଡପ ନିକଟରେ ନୃସିଂହନାଥ କୋଶଳ କଳାକାର ସଂଘ ଓ ସଂକୀର୍ତ୍ତନ କଳାକାରମାନଙ୍କ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଯାଇଛି । ପାନାଲାଲ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କୋଶଳ କଳାକାର ସଂଘ ସଭାପତି ଟାଇଲଚନ୍ଦ୍ର ଭୋଇ ଓ ସମ୍ମାନୀତ ଅତିଥି ସମାଜସେବୀ ବଡ଼ ଶତପଥୀ, ବୟୋଜ୍ୟେଷ୍ଠ କଳାକାର ଶାନ୍ତିଲତା ପ୍ରଧାନ ଯୋଗ ଦେଇ ଆଞ୍ଚଳିକ ସଂକୀର୍ତ୍ତନ ଦଳ ଗୁଡିକ ଏକଜୁଟ ହୋଇ ଆଗାମୀ ଦିନରେ ମିଳିମିଶି କାମ କଲେ ସଂଘ ଶକ୍ତିଶାଳୀ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପଦ୍ମନ ପ୍ରଧାନ ଅତିଥି ପରିଚୟ ଦେଇଥିବା ବେଳେ ନରୋତ୍ତମ ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ମା ଦୁର୍ଗାଙ୍କୁ ପୁଜାର୍ଚ୍ଚନା ପରେ ନୁଆଁ ପ୍ରସାଦ ଲାଗି କରାଯାଇ ବଣ୍ଟନ କରାଯାଇଥିଲା । ଏଥିରେ ୮୫ ଟି ସଂକୀର୍ତ୍ତନ୍ୟ ଦଳ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ବିରାଟ ସଂକୀର୍ତ୍ତନ ମହାସଭା ପୁରେନା ଗ୍ରାମରେ କରାଯିବା ନେଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଂଗୀତା ଧରୁଆ, ସରସ୍ୱତୀ ଭୋଇ, ଚନ୍ଦ୍ରିକା ବିଶ୍ୱାଳ,ଚନ୍ଦ୍ରମଣି ସାହୁଙ୍କ ସମେତ ବହୁ କଳାକାର ଏଥିରେ ସହଯୋଗ କରିଥିଲେ । ଶେଷରେ ଚନ୍ଦ୍ରମଣି ସାହୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.

error: Content is protected !!