ପାଇକମାଲ : ପାଇକମାଲ ବ୍ଳକସ୍ତରୀୟ ସୁଭଦ୍ରା ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୨୪ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଛାତ୍ରୀ ମାନଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ସାଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସର୍ବୋତ୍କୃଷ୍ଟ ପାଞ୍ଚ ଜଣ ଛାତ୍ରୀ ସ୍ନେହା ଦ୍ୱାରି, ମୁସ୍କାନ ତ୍ରିପାଠୀ , ପ୍ରିନ୍ସି ଗୋଛି, ଡୋଲି ଭୋଇ , ମିନତୀ ଗିଙ୍ଗରାଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଉଦଯାପନୀ ଉତ୍ସବରେ ପାଇକମାଲ ସରପଞ୍ଚ ତୁଲକ୍ଷବତୀ ତାଣ୍ଡି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସହ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଢ଼ଲେନ୍ଦ୍ର ବାରିକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ମଞ୍ଚାସୀନ ଅତିଥି ଥିଲେ । ଶେଷରେ ଶିକ୍ଷୟତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!