ବିଜେପୁର :  ବିଜେପୁରରେ ପଶ୍ଚିମ ଓଡ଼ିଶାର ଐତିହାସିକ ଅନନ୍ତ ପୂଜା ମହୋତ୍ସବ ସମୟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିଭିନ୍ନ ଅଞ୍ଚଳରୁ  ଗୁପଚୁପ ,ଚାର୍ଟ ଚାଉମିନ ଆଦି ଖାଦ୍ୟର ପସରା ଖୋଲିଥିଲା । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କେତେକ ସ୍ଥଳରେ ବାସି ତଥା ଅସ୍ଵାସ୍ଥ୍ୟକର ଖାଦ୍ୟପେୟ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଖାଦ୍ୟର ମାନ ପରଖିବା ପାଇଁ  ବରଗଡ଼ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପରମେଶ୍ବର ନାଏକ ସଦଳବଳେ ଚଢ଼ାଉ କରାଯାଇଥିଲା ।  ଦୁଇଦିନ ଧରି ପ୍ରାୟ ୮୦ ଗୋଟି ଦୋକାନକୁ ଯାଇ ଖାଦ୍ୟର ମାନ ଯାଞ୍ଚ କରିବା ସହିତ ପାନୀୟ ଜଳର ସ୍ୱଚ୍ଛତା ଉପରେ ତଦାରଖ କରିଥିଲେ ।  ତା ସହିତ ଅଧିକ ଛଣା ତେଲ, ବାସିଖାଦ୍ୟ , ରଙ୍ଗ ମିଶ୍ରିତ ଖାଦ୍ୟ ଆଦି ନଷ୍ଟ କରାଯାଇ ଥିଲା । ବିଜେପୁର ଥାନା ଅଧିକାରୀ ଧିରେନ୍ଦ୍ର କୁମାର ସ୍ୱାଇଁଙ୍କ ସହ ସେନିଟାରୀ ଇନିସପେକ୍ଟର ତେଜଭାନୁ ସାହୁ, ଏମଟିଏସ ଭୁବନେଶ୍ବର ଦାଶ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!