ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଜନତା ହାଇସ୍କୁଲରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ଶକ୍ତି କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ସଞ୍ଜୟ ଖମାରୀ ବିଶ୍ୱ ଓଜୋନ୍ ଦିବସର ତାତ୍ପର୍ଯ୍ୟ ଏବଂ ସାଂପ୍ରତିକ ପରିସ୍ଥିତିରେ ଓଜୋନ୍‌ସ୍ତର ସୁରକ୍ଷାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ମାନସୀ ପଟେଲ, ଡଲି ପଟେଲ, କରିସ୍ମା ପଟେଲ,ଉମାକାନ୍ତ ମହାରଣା, ଅଙ୍କିତା ଦୁଆନ୍‌, ବର୍ଷା ଦେହେରୀ ଏବଂ ମଞ୍ଜୁ ନାୟକ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ,ଶକ୍ତି କ୍ଲବ ଓ ଜୁନିଅର୍ ରେଡ୍ କ୍ରସର ସଦସ୍ୟ,ଶିକ୍ଷକ ଶ୍ରୀପତି ସାହୁ, ତେଜରାମ ସା,ଅଙ୍କିତ ମହନ୍ତ, ସୁବାସ ଚନ୍ଦ୍ର ଖମାରୀ, ଆଶୁତୋଷ ଭୋଇ ,ବୋଧରାମ ବିଶ୍ୱାଳ, ଅମୂଲ୍ୟ ଭୋଇ,ପ୍ରଶାନ୍ତ ମହାପାତ୍ର ,ଶିକ୍ଷୟିତ୍ରୀ ଅନୀତା ପଧାନ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar