ପାଇକମାଲ : ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହାବିଦ୍ୟାଳୟରେ ସୁଭଦ୍ରା ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳଙ୍କ ତତ୍ୱାବଧାନ ତଥା ଅଧ୍ୟାପକ ପ୍ରଦୀପ କୁମାର ଦେୱାନଙ୍କ ସଂଯୋଜନାରେ ଅନୁଷ୍ଠିତ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । “ନାରୀ ସଶକ୍ତିକରଣରେ ସୁଭଦ୍ରା ଯୋଜନାର ଭୂମିକା ” ଶୀର୍ଷକ ପ୍ରବନ୍ଧ ଓ “ମହିଳା ସଶକ୍ତିକରଣରେ ସୁଭଦ୍ରା ଯୋଜନା କେତେ ଦୂର ସଫଳ ” ଶୀର୍ଷକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଅଧ୍ୟାପିକା ମୀନା କୁମାରୀ ସାହୁ , ଅଧ୍ୟାପକ ଦେବରାଜ ସାହୁ , ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ସହଯୋଗ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ଦେବାଶିଷ ଭଏନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!