ବରଗଡ଼ : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ “ନୂଆଁଖାଇ” ଅବସରରେ ନିଷ୍ଠା ପରିବାର ତରଫ ରୁ ବରଗଡ଼ ବ୍ଲକ ଅଡ଼ଗାଁ ପଞ୍ଚାୟତ ସହଁରାପାଲି ଛକରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ପ୍ରକୃତି ବନ୍ଧୁ ରଘୁନାଥ ପଧାନ ଓ ସମ୍ମାନିତ ଅତିଥି ଖଣ୍ଡହଥା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ରସେନ ସାହୁ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ । ଶିବିରରୁ ବରଗଡ଼ ରକ୍ତଭଣ୍ଡାର ଦ୍ୱାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ନିଷ୍ଠା ପରିବାରର ଉପସଭାପତି କ୍ଷିରୋଦ୍ର ସାହୁ, ଉପଦେଷ୍ଟା ଉତ୍ତମ ଦାଶ,ଅଶ୍ୱିନୀ ତ୍ରିପାଠୀ,ଖଗେଶ୍ୱର ସାହୁ, ଦୀନବନ୍ଧୁ ନାଗ,ତ୍ରିପୁରା ସୁହୂଲା, ସୁଦର୍ଶନ ସାହୁ, ରମଣୀ ଷଡ଼ଙ୍ଗୀ, ତ୍ରିମଲ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!