ବରଗଡ :  ସେପଟେମ୍ବର ୨୫ ତାରିଖରୁ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେବ । ଏଥିପାଇଁ ଆଗାମୀ ସେପଟେମ୍ବର ୧୫ ଓ ୧୬ ତାରିଖ ଦୁଇଦିନ ବରଗଡ ଜିଲ୍ଲା ଦଳର ଖେଳାଳୀ ଚୟନ ଶିବିର ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବାକୁ ଇଚ୍ଛୁକ ଥିବା ଜିଲ୍ଲାର ଖେଳାଳୀ ମାନେ ଉକ୍ତ ଦିନ ସକାଳ ୭ ଟାରୁ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ କ୍ରୀଡା ସଂସଦ ପକ୍ଷରୁ କୁହାଯାଇଛି । ଖେଳାଳୀମାନେ ନିଜର ଆଧାର କାର୍ଡ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଖେଳାଳୀ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର ଓ ଫୁଟବଲ ସମ୍ପାଦକ ସେକ ସବଦର ଜଣାଇଛନ୍ତି ।

Leave a Reply

Your email address will not be published.

error: Content is protected !!