ପାଇକମାଳ : ପାଇକମାଳ ବ୍ଳକ ମାଣ୍ଡୋସିଲ ଅନୁଷ୍ଠିତ ଜୟ ବୁଢ଼ାରଜା କବାଡି ପ୍ରତିଯୋଗିତାୋର ମାଗୁରପାଣି ଦଳ ଚାମ୍ପିୟନ ହୋଇଛି । ମାଣ୍ଡେସିଲ ସୋନିଆ ନଗର ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ ଉପଲକ୍ଷେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୨ ଟି ଦଳ  ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଛତିଗଡର ବାହାଦୂରପୁର ଏବଂ ନୂଆପଡାର ମାଗୁରପାଣି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଗୁରପାଣି ଦଳ ଚାମ୍ପିୟାନ ହୋଇଥିଲା । ଉଦଯାପନୀ ସମାରୋହରେ ସମାଜସେବୀ ମହେନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଗୁଲାମ ରସୁଲ ରଙ୍ଗରେଜ, ସଞ୍ଜୟ ମୁନ୍ନା, ତପନ ବହିଦାର, ରାଜୀବ ଲୋଚନ ସାହୁ, ତାପସ ସାହୁ ପ୍ରମୁଖ ଯୋଗଦେଇ ଚାମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ବୈବସୁତ ପ୍ରଧାନ, ଉମାଶଙ୍କର ସାହୁ, ପୀତବାସ ସାହୁ, ଅନିଲ ଦାଶ, ସରୋଜ ପ୍ରଧାନ, ଶଙ୍କର ପରାଭୂଏ ପରିଚାଳନା କରିଥିବା ବେଳେ ହରି ଭରାସାଗର ସ୍କୋରର ଥିଲେ । ଏହି ପ୍ରତିଯୋଗିତାକୁ ସୋନିଆ ନଗର ଗଣେଶ ପୂଜା କମିଟି କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!