ପାଇକମାଳ : ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ହାଇସ୍କୁଲରେ ବ୍ଳକସ୍ତରୀୟ କବାଡି ଚୟନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଳ ବ୍ଳକର ୪ଟି ସବଜୋନରୁ ୧୪ ବର୍ଷ ଓ ୧୭ ବର୍ଷ କମ ବୟସର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରଧାନଶିକ୍ଷକ ଗୋପାଳ ପ୍ରସାଦ ବେହେରାଙ୍କ ସଭାପତିତ୍ୱରେ ଉଦଘାଟନୀ ଉତ୍ସବରେ ଜାମସେଠ ଷ୍ଟେଟ ବ୍ୟାଙ୍କ ମେନେଜର ବିଭୁପଦ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଇକମାଳ ଏବିଇଓ ଧଲେନ୍ଦ୍ର ବାରିକ, ସ୍ଥାନୀୟ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ହେମନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରମୋଦ ରାଏ, ସ୍କୁଲ ପରିଚାଳନା କମିଟି ଚେୟାରମେନ ବିପିନ ବିହାରୀ ସାହୁ, ପଙ୍କଜ କୁମାର ଭୋଇ, ସିଆରସିସି ବ୍ରଜକିଶୋର ଜେନା, ଉଗ୍ରସେନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଚୟନ ହୋଇଥିବା ପ୍ରତିଯୋଗୀ ଜିଲ୍ଲାସ୍ତରୀୟ କବାଡି ଚୟନରେ ଅଂଶଗ୍ରହଣ କରିବେ । ଖେଳ ଶିକ୍ଷକ ସୁଦର୍ଶନ ମହାକୁଡ଼, ହେମସାଗର ସାହୁ, ଅଜିତ ପ୍ରଧାନ, ବୈବସୁତ ପ୍ରଧାନ, ଅମିତ ସାହୁ, ପ୍ରଫୁଲ୍ଲ ମେହେର, ରଜତ ମିଶ୍ର, ସ୍ୱତନ୍ତ୍ର ସାହୁ, ପ୍ରୀତମ ପଣ୍ଡା, ନମିତା ସାହୁ, ଶିବାନୀ କଣ୍ଣେଲ, ରଶ୍ମୀତା ଡନସନା ଖେଳ ପରିଚାଳନା କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar