ପାଇକମାଳ : ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ହାଇସ୍କୁଲରେ ଖେଳ ପଡିଆରେ ମାଣ୍ଡୋସିଲ ସବଜୋନସ୍ତରୀୟ କବାଡି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ପ୍ରସାଦ ବେହେରା ଓ ସିଆରସିସି ବ୍ରଜକିଶୋର ଜେନା ଶିବିରକୁ ଉଦଘାଟନ କରି ଚୟନ ପ୍ରକିୟା ଆରମ୍ଭ କରିଥିଲେ । ଖେଳ ଶିକ୍ଷକ ହେମସାଗର ସାହୁ, ବୈବସୁତ ପ୍ରଧାନ, ଅଜିତ ପ୍ରଧାନ ଖେଳ ପରିଚାଳନା କରିଥିଲେ। ଆସନ୍ତାକାଲି ବ୍ଳକସ୍ତରୀୟ ଚୟନ ପ୍ରକିୟା ଅନୁଷ୍ଠିତ ହେବ । ବ୍ଳକର ସମସ୍ତ ସବଜୋନସ୍ତରୀୟରେ ଚୟନ ହୋଇଥିବା ଦଳଗୁଡ଼ିକ ଅଂଶଗ୍ରହଣ କରିବେ ।

Leave a Reply

Your email address will not be published.

error: Content is protected !!