ବରଗଡ଼ : ବରଗଡ଼ରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଆନୁକୁଲ୍ୟରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ଚନ୍ଦ୍ରଶେଖର ବାଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରି କଳା କଳାକାର ହେଉଛ ଈଶ୍ୱରଙ୍କ ଦାନ ବୋଲି ଅଭିହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ କଳାକାର ମହାସଂଘ ସଂପାଦକ ବିଶିଷ୍ଟ ଅଭିନେତା ସମରେନ୍ଦ୍ର ପଣ୍ଡା ,ବିଶିଷ୍ଟ ଖଳନାୟକ ଦୈତାରୀ ପଣ୍ଡା ,ଅଭିନେତା ସୁବାଷ ବେହେରା, ଅଭିନେତ୍ରୀ ଚାନ୍ଦିନୀ ଦାଶ, ପ୍ରଚ୍ଛଦପଟ କଣ୍ଠ ଶିଳ୍ପୀ ମାନସ କୁମାର ଜେନା , ବିଶିଷ୍ଟ ହାସ୍ୟ ଅଭିନେତା ମୁନ୍ନା ବାବୁ ପ୍ରମୁଖ ଯୋଗ ଦେଇ କଳା ସଂସ୍କୃତି ର ବରଗଡ଼ ମାଟି କୁ ପ୍ରଣାମ ଜଣାଇ ନୂଆଁଖାଇ ସଂସ୍କୃତିକୁ ସ୍ୱାର୍ଥ ତ୍ୟାଗର ନିଆରା ପର୍ବ ବୋଲି ଉଲ୍ଲେଖ କରି ଯାତ୍ରା ସଂଳାପ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କ ମନୋରଞ୍ଜନ କରିଥିଲେ ।

ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ତରଫରୁ ସମାଜସେବୀ ମେଘନାଦ ପ୍ରଧାନ, ବିଶିଷ୍ଟ କଣ୍ଠଶିଳ୍ପୀ ବାଲେଶ୍ୱର କୁଅଁର. ପ୍ରମୋଦ ଦାସ , ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ , କ୍ରୀଡାବିତ ସନ୍ତୋଷ ପ୍ରଧାନ , ରିଦମିଷ୍ଟ ଅନୁ ପାଇକ , ନବୀନ ପାଣ୍ଡେ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଭାରତୀ କଳା ପରିଷଦର କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!