ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବଇଦପାଲିରେ ଥିବା ମଦର ଟ୍ରାଏଲ କ୍ଷେତ୍ରରେ ଭତ୍ତିିଭୂମୀ ସେବା ସଂଗଠନ ଦ୍ୱାରା ୨୦ ପ୍ରକାର ବିରି ଫସଲର ଗୁଣ ଓ ଚରିତ୍ରକୁ ନେଇ ଚାଷୀଙ୍କ ସହାଭାଗିତାରେ ବିରି ଫସଲର ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଳବାୟୁ ପରିବର୍ତ୍ତନ ସମୟରେ ପୁଷ୍ଟିଯୁକ୍ତ ଫସଲ ଓ ଜୈବିକ ଚାଷ ସୁସ୍ଥ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । ଜୈବିକ ଚାଷ ପ୍ରତି ଗୁରୁତ୍ୱ ସହ ଖାଉଟିର ସ୍ୱାସ୍ଥ୍ୟ ପାଇଁ ଜୈବିକ ଚାଷୀ ଓ ଚାଷୀ ପାଇଁ ସଚେତନ ଖାଉଟି, ଆମେ ଆବଶ୍ୟକ କରୁଥିବା ଖାଦ୍ୟଗୁଣ, ଉତ୍ପାଦନ ପଦ୍ଧତିରେ ଜୈବିକ ପ୍ରକ୍ରିୟା ଦେଇ ଆମକୁ ଯିବାକୁ ପଡୁଛି । କାର୍ଯ୍ୟକ୍ରମ ଆରମ୍ଭରେ ଦାଶରଥୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଭିତ୍ତିଭୂମୀ ସେବା ସଂଗଠନ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରଦାନ କରି ବରଗଡ, ଗାଇସିଲେଟ ଓ ପଦ୍ମପୁରରୁ ଆସିଥିବା ୩୦ ଜଣ ମହିଳା ଓ ପୁରୁଷ ଚାଷୀଙ୍କୁ ଚାଷୀ ଓ ବୈଜ୍ଞାନିକ ମଧ୍ୟରେ ଏକ ସେତୁ ନିର୍ମାଣ ସହ ମଦର ଟ୍ରାଏଲରେ ୨୦୨୨ରୁ ଆଜି ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ୩୦ ପ୍ରକାର ମାଣ୍ଡିଆ, ୩୦ ପ୍ରକାର ମୁଗ, ୧୬ ପ୍ରକାର ରାଶି ସହ ୬ ପ୍ରକାରର କୁଦୋ ଚାଷ ସହ ତାର ଗବେଷଣା ଓ ପରୀକ୍ଷା ନିରୀକ୍ଷା କରି ଚାଷୀଙ୍କ ସହାଭାଗିତାରେ ଫସଲ ଚୟନ କାର୍ଯ୍ୟକ୍ରମ କରାଯାଉଥିବା ବିଷୟରେ ଚାଷୀଙ୍କୁ ଅବଗତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମିଲେଟ୍ସ ମିଶନର ତଥା ଶ୍ରୀଅନ୍ନ ଅଭିଯାନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ସବ୍ୟସାଚୀ ହନୁମାନ , ବରଗଡ଼ କୃଷି ବିଜ୍ଞାନ କେନ୍ଦ୍ରରୁ ଆସିଥିବା ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ନୃସିଂହ ଚରଣ ବାରିକ , ଲୋକ ବୈଜ୍ଞାନିକ ବବୁଲୁ ବଗର୍ତ୍ତୀ , ସଂଗଠନର ଗବେଷଣା ସଂଯୋଜକ ବିଶ୍ୱଜ୍ୟୋତି ପଢ଼ିଆରୀ ପ୍ରମୁଖ ବରଗଡ଼ ଜିଲ୍ଲାରେ ହେଉଥିବା ମାଣ୍ଡିଆ, କୁଦୋ ପରି କ୍ଷୁଦ୍ର ଶସ୍ୟ ଚାଷର ଗୁରୁତ୍ୱ ଓ ଆମ ଶରୀର ପାଇଁ କେତେ ହିତକର ସେ ବିଷୟରେ କହିଥିଲେ । ବିଷମୁକ୍ତ ଖାଦ୍ୟ ସହିତ ସୁସ୍ଥ ସମାଜ ତିଆରି ପାଇଁ ଆମେ ସମସ୍ତେ ଏକାଠି କାମ କରିବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ । ସୁଖଦେବ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉତ୍କଳ, ରୋହିଣୀ, କୋମଳ ସମ୍ପୂର୍ଣ୍ଣ ସହଯୋଗ କରି ସଫଳ କରିଥିଲେ ।

Leave a Reply

Your email address will not be published.

error: Content is protected !!