ବରଗଡ଼ ; ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂଘ ହୋପ୍ ୮୬ ର ବାର୍ଷକ ଉତ୍ସବ ବିଶ୍ୱ ବିଦ୍ୟାଳୟ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଶ୍ୱିନୀ ପାଢ଼ୀ ଓ ଜୟ ପ୍ରକାଶ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଡ.ବିଧୁଭୁଷଣ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ନୃପରାଜ ସାହୁ ଓ ପରୀକ୍ଷା ନିୟନ୍ତ୍ରକ ପ୍ରଭାସ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । କୁଳପତି ଡ. ମିଶ୍ର ନିଜର ଅଭିଭାଷଣରେ ଖୁବଶୀଘ୍ର ଏହି ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର୍ରିୟ ବିଶ୍ୱବିଦ୍ୟାଳୟ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଥିଲେ । ଏହାଛଡା ବିଶ୍ୱବିଦ୍ୟାଳୟ ସବୁ ବ୍ୟାଚର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପୁ୍ର୍ଣାଙ୍ଗ ପୁରାତନ ଛାତ୍ର ସଂଘ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ । ରେଜିଷ୍ଟ୍ରାର ଶ୍ରୀ ସାହୁ ଜୀବନର ପ୍ରତ୍ୟେକ କ୍ଷଣରେ ନୂଆ ନୂଆ ଆହ୍ୱାନ ଆସୁଥିବାରୁ ଜଣେ ସାଧାରଣ ମଣିଷକୁ ସବୁ ସମୟ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡିଥାଏ । ଏହାଛଡା ବର୍ତମାନ ଏହି ବ୍ୟାଚର ଅଧିକାଂଶ ଛାତ୍ରଛାତ୍ରୀ ଅବସର ଗ୍ରହଣ କରିସାରିଥିବାରୁ ତାଙ୍କୁ ଏହି ଅବସର ସମୟରେ ନିଜର ଅନୁଭୂତି ଓ ଜ୍ଞାନକୁ ସମାଜର ଉନ୍ନତି ସକାଶେ କାର୍ଯ୍ୟ କରିବା ପାଇଁ କହିଥିଲେ । ପୁରାତନ ଛାତ୍ର ସଂଘ ପକ୍ଷରୁ ବର୍ତମାନ ସମ୍ବଳପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ଓ ଫଳାଫଳ ଠିକ ସମୟରେ ହେଉଥିବାରୁ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୧୯୮୪-୮୬ ବ୍ୟାଚର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।