ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୟପ୍ରକାଶ ଶତପଥୀଙ୍କ ତୃତୀୟ ପୁସ୍ତକ ‘ସଫ୍ଟ ସ୍କିଲ ଫର୍ କ୍ୟାରିୟର’ ସମ୍ବାଦ / ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ ଓ ପ୍ରିନସିପାଲ ଦୁର୍ଗେଶ ଶତପଥୀ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଶ୍ରୀ ଶତପଥୀଙ୍କ ପ୍ରଥମ ପୁସ୍ତକ ଏଡଭାଟାଇଜିଂ ଓ ଦ୍ୱିତୀୟ ପୁସ୍ତକ ସଫ୍ଟ ସ୍କିଲ ଫର୍ ବିଗେନର ଉନ୍ମୋଚିତ ହୋଇସାରିଛି । ଏହି ପୁସ୍ତକଟି ୟୁରାନିଆ ପବ୍ଳିକେସନ ହାଉସ ପକ୍ଷରୁ ସିଦ୍ଧାର୍ଥ ଗୌତମ ଯୋଷୀଙ୍କ ଦ୍ୱାରା ପ୍ରକାଶିତ ହୋଇଛି ।  କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!