ବରଗଡ଼ : ବିଶିଷ୍ଟ ସାମ୍ୱାଦିକ ସ୍ୱର୍ଗତ ଶାନ୍ତନୁ ବିଶ୍ବାଳ ଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ବରଗଡ଼ ଜିଲ୍ଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗ୍ରାମରେ ପାଳିତ ହୋଇଯାଇଛି। ବୀର ସୁଭାଷ ଯୁବକ ସଂଘ ଏବଂ ଶାନ୍ତନୁ ବିଶ୍ବାଳ ସ୍ମୃତି ସମିତି ପକ୍ଷରୁ ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା। ସମାଜସେବୀ ଚନ୍ଦ୍ରଶେଖର ବାଗ ଓ କଳାପାଣି ସରପଞ୍ଚ ଖୁଲଣା ପଧାନ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ବରଗଡ଼ ସାମ୍ୱାଦିକ ସଂଘର ଉପସଭାପତି ବିରେନ୍ଦ୍ର ପ୍ରଧାନ, ସଂପାଦକ ପ୍ରେମାନନ୍ଦ ଖମାରୀ, ବରିଷ୍ଠ ସାମ୍ବାଦିକ ଦୀପକ ଶର୍ମା, ଉମେଶ ଚନ୍ଦ୍ର ବିଶ୍ବାଳ,ବ୍ୟୋମକେଶ କର, ବଦ୍ରୀ ପ୍ରସାଦ ସାହୁ, ଶାନ୍ତନୁ ବିଶ୍ଵାଳ ଙ୍କ ବାଲ୍ୟ ବନ୍ଧୁ ଋଷଭ ବିଶ୍ଵାଳ, ଜୟନ୍ତ ମହାରଣା,ବୀର ସୁଭାଷ ଯୁବକ ସଂଘ ର ସଦସ୍ୟ ତେଜରାଜ ବିଶ୍ଵାଳ, ବଳରାଜ ପ୍ରଧାନ, ପ୍ରଦୀପ ମାହାର, ମିତ୍ରଭାନୁ ବିଶ୍ଵାଳ, ସରପଞ୍ଚ ପ୍ରତିନିଧି ବିପିନ ପଧାନ, ସମିତି ସଭ୍ୟ ପ୍ରତିନିଧି ସୋମନାଥ ସାହୁ ,ଶିବ ଜାଲ. ଦାମୋଦର ବିଶ୍ୱାଳ, ମଣ୍ଟୁ ପ୍ରଧାନ,ସୁବାଷ ବିଶ୍ୱାଳ, ବୁର୍ଲା ରକ୍ତ ଭଣ୍ଡାରର ଦେବାଶିଷ ମିଶ୍ର, ଡ଼.ବିକାଶ ଦୁବେ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିର ରେ ୩୮ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବରଗଡ଼ ସାମ୍ୱାଦିକ ସଂଘ ପକ୍ଷରୁ ମଧ୍ୟ ସଂଘ  କାର୍ଯ୍ୟାଳୟରେ ସ୍ୱର୍ଗତ ଶାନ୍ତନୁ ବିଶ୍ବାଳଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।

 

Share now

Leave a Reply

Your email address will not be published. Required fields are marked *

error: Content is protected !!