ଅମ୍ବାଭୋନା : ଅମ୍ବାଭୋନା ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ସ୍ୱଚ୍ଛତା ସଚେତନତା,ବର୍ଜ୍ୟବସ୍ତୁରୁ ଡଷ୍ଟବିନ ତିଆରି କରିବା ବିଷୟରେ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । କ୍ରୀଡ଼ା ଶିକ୍ଷକ ଫଣିନ୍ଦ୍ରନାଥ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ଚଉବର୍ଗ ଭୋଇ, ଗୋଳେଖ ପ୍ରଧାନ, ସନ୍ତୋଷ ମେହେର ,ଚିତ୍ତରଞ୍ଜନ ପଧାନ ସ୍ୱଚ୍ଛତା ପକ୍ଷ ସଂପର୍କରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଗୋବର୍ଦ୍ଧନ ସହରା, ଯୋଗେଶ୍ୱରୀ କର୍ଷାଲ ଅଦରକାରୀ ଜିନିଷ, କାଗଜ ପତ୍ରରୁ କିପରି ବ୍ୟବାହର ଉପଯୋଗୀ ଜିନିଷ, ଡଷ୍ଟବିନ ତିଆରି କରାଯାଏ ସେ ବିଷୟରେ ସୂଚନା ଦେଇଥିଲେ । ଏ ଅବସରରେ ସ୍ୱଚ୍ଛତା ସମ୍ବନ୍ଧୀୟ ପ୍ରଦର୍ଶନୀ , ବ୍ୟଙ୍ଗଚିତ୍ର ଚିତ୍ରାଙ୍କନ,ସ୍ଲୋଗାନ ଓ କବିତା ପ୍ରତିଯୋଗୀତା ଆୟୋଜିତ ହେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋସ୍ନରଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!