ବରଗଡ଼: ବରଗଡ଼ରେ ପଶ୍ଚିମୋତ୍କଳ କର୍ମକାଣ୍ଡିୟ ସମିତିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତିଙ୍କ ଆହ୍ୱାନକ୍ରମେ ପଣ୍ଡିତ ପ୍ରିୟବ୍ରତ କରଙ୍କ ଅଧ୍ୟକ୍ଷତାରେ ବରଗଡ଼ ଜୀରା ନଦୀ ଉପକୂଳସ୍ଥ ଅଲେକ୍ଷା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୧୪ ତାରିଖରେ ହେବାକୁ ଥିବା ରଜତ ଜୟନ୍ତି ସମାରୋହ ପାଇଁ ଉପସ୍ଥିତ ସମସ୍ତ ପଣ୍ଡିତଗଣ ନିଜ ନିଜର ମତ ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରଥମେ ଯଜ୍ଞାରମ୍ଭ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ଥିରିକୃତ ହୋଇଥିଲା । ସେହିପରି ସମିତି ଦ୍ୱାରା ଚୟନ କରାଯାଇଥିବା ୩ ଜଣ ବିଜ୍ଞ ପଣ୍ଡିତଙ୍କୁ ଜ୍ୟୋତିଷ ଶାସ୍ତ୍ର ପାଇଁ ଜ୍ୟୋତିଷ ପ୍ରବୀଣ, କର୍ମକାଣ୍ଡ ପାଇଁ କର୍ମକାଣ୍ଡ ବିଷାରଦ ତଥା ସୁସ୍ୱର ବିଶୁଦ୍ଧ ଶ୍ଳୋକାବୃତ୍ତି ପାଇଁ ବାଗ୍ମୀ ସୂର୍ଯ୍ୟ ନାମକ ଉପାଧିରେ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତ୍ତିି ହୋଇଥିଲା । ବୈଠକରେ ପଶ୍ଚିମୋତ୍କଳ କର୍ମକାଣ୍ଡିୟ ସମିତିର ସଭାପତି କିର୍ତ୍ତିଚନ୍ଦ୍ର ପଣ୍ଡା, ରଘୁନନ୍ଦନ ବିର୍ତ୍ତିଆ, ସଦାନନ୍ଦ ଦାଶ, ଅଚ୍ୟୁତାନନ୍ଦ ଶତପଥୀ, ସୁବଳ ପଣ୍ଡା, ଡିଗ୍ରୀ ଦେବତା, ଦେବରାଜ ପଣ୍ଡା ତଥା ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜର ବହୁମୂଲ୍ୟ ମତ ଉପସ୍ଥାପନା କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar