ଅମ୍ବାଭୋନା : ଅମ୍ବାଭୋନା ବ୍ଲକ ଭୁକ୍ତା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସଂସ୍କୃତ ଶିକ୍ଷକ ଶ୍ରୀପତି ସାହୁ ସଂସ୍କୃତକୁ ରାଷ୍ଟ୍ରଭାଷା, ଦେବଭାଷା କହି ସମସ୍ତ ଭାଷା ସଂସ୍କୃତ ଭାଷାରୁ ଉଦ୍ଧୃତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂସ୍କୃତ ଭାଷଣ ପ୍ରତିଯୋଗିତା , ଶ୍ଲୋକ ଆବୃତ୍ତି ସହ ସଂସ୍କୃତ ନୃତ୍ୟଗୀତ ଅନୁଷ୍ଠିତ ହୋଇଥିଲା । ପରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ସଞ୍ଜୟ ଖମାରୀ, ତେଜରାମ ସା, ଆଶୁତୋଷ ଭୋଇ, ବୋଧରାମ ବିଶ୍ୱାଳ, ସୁବାସଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ, ପ୍ରଶାନ୍ତ ମହାପାତ୍ର, ପଦ୍ମଲୋଚନ ବିଶି , ଈଶ୍ୱର ପଧାନ, ଶିକ୍ଷୟିତ୍ରୀ ସୌଦାମିନୀ ବାରିକ, ଅନୀତା ପଧାନ, ରାଜକୁମାରୀ ଭୁଏ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!