ପଦ୍ମପୁର : ପଦ୍ମପୁର ଉପଖଣ୍ଡରେ ସ୍କ୍ରବ ଟାଇଫସକୁ ନେଇ ଆତଙ୍କ ଖେଳିଯାଇଛି । ପଦ୍ମପୁର ଉପଖଣ୍ଡରେ ସ୍କ୍ରବ ଟାଇଫସରେ ବର୍ତମାନ ସୁଦ୍ଧା ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରିସ୍ଥିତିରେ ଉଭୟ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ପ୍ରଦାନ କରିବାକୁ ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ଦାବି ହୋଇଛି । ଏ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇବା ସହ ପଦ୍ମପୁର ଉପଖଣ୍ଡରେ ଏହାର ଚିହ୍ନଟ ତଥା ସଚେତନତା କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ସମୟରେ କୃଷକ ସଂଗଠନର ରୋହିତ ପ୍ରଧାନ, ବିଜୟ ସାହୁ, ଲିଙ୍ଗରାଜ ପ୍ରଧାନ, ଅରକ୍ଷିତ ପ୍ରଧାନ, ଧର୍ମାନନ୍ଦ ଦିଶ୍ରୀ, ପ୍ରକାଶ ମିଶ୍ର, ସାନନ୍ଦ ବେହେରା, ଅମୃତଲାଲ ସାହୁ, ଆନନ୍ଦ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!