ଅମ୍ବାଭୋନା : ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଲୁଦୁପାଲି ଗ୍ରାମରେ ଉତ୍ସାହ ଓ ଉଦ୍ଦୀପନାର ସହ ଷଷ୍ଠୀ ଓଷାବ୍ରତ ତଥା ନୁଆଁଖାଇ ଭେଟଘାଟ ସମ୍ପନ୍ନ ହୋଇଯାଇଛି । ଲୁଦୁପାଲି ଗ୍ରାମରେ ଷଷ୍ଠୀ ଓଷା ବ୍ରତ ଦୀର୍ଘ ୬୧ ବର୍ଷ ଧରି ଚାଲି ଆସୁଥିବା ବେଳେ ଏ ଅବସରରେ ଶହଶହ ସଂଖ୍ୟାରେ ମହିଳାମାନେ ଉପବାସ ରହି ଷଷ୍ଠୀ ଦେବୀଙ୍କ ପୂଜାର୍ଚ୍ଚନା ସ୍ୱରୂପ ୬୦ ପ୍ରକାରର ଫୁଲ ଓ ଫଳ ଅର୍ପଣ କରି ନିଜ ନିଜର ପୁଅଝିଅଙ୍କ ଦୀର୍ଘାୟୁ କାମନା କରି ଦୀପଜାଳି ମଙ୍ଗଳ ମନାସୀ ଥିଲେ । ଷଷ୍ଠୀ ଦେବୀଙ୍କ ଆଶୀର୍ବାଦରୁ ନିଃସନ୍ତାନୀ ମହିଳା ସନ୍ତାନ ପ୍ରାପ୍ତିର ବିଶ୍ୱାସ ରହିଥିବାରୁ ଆଖପାଖ ଗାଁ ର ମହିଳାମାନେ ମଧ୍ୟ ଏହି ପୂଜା ବ୍ରତରେ ସାମିଲ ହୋଇଥିଲେ । ପଣ୍ଡିତ ଗୌର ରଥ, ସୀତାରାମ ରଥ, ଯାମିନୀ ରଥ ପ୍ରମୁଖ ଷଷ୍ଠୀ ଅନ୍ଧୀଆରୀ ଦେବୀଙ୍କୁ ଆବାହନ କରି ମନ୍ତ୍ରପାଠ ସହ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ ସ୍ୱରୁପ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମଞ୍ଚାସୀନ ଅତିଥିଗଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଧର ପଶାୟତ ସାଂସ୍କୃତିକ କାର୍ଯକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!