ପୁରୀ: ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସାମ୍ନାରେ ଜଗନ୍ନାଥଙ୍କ ପ୍ରତି ସମର୍ପିତ ଭକ୍ତି ଆଧାରିତ ସଂଗୀତ “ସୁନା ବେଶରୁ ମୁଁ ସୁନା ମାଗୁନି”ଲୋକାର୍ପିତ ହୋଇଯାଇଛି । ଗୀତିକାର ଡକ୍ଟର ରବିନାରାୟଣ ସାହୁଙ୍କ ସଂଗୀତ ଓ କଣ୍ଠରେ ରୂପାୟିତ ଉକ୍ତ ଭକ୍ତି ସଂଗୀତର ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଦୂରଦର୍ଶନର ବିଶିଷ୍ଟ ଉପସ୍ଥାପକ ତଥା “ନିର୍ମାଲ୍ୟ” ପତ୍ରିକାର ସମ୍ପାଦକ ବିଶ୍ୱନାଥ ଦାଶ, ଉତ୍କଳ ବିଦ୍ୱତ ପରିଷଦର ସଭାପତି ମନୋଜ ରଥ, ସଂସ୍କୃତି ବିଶେଷଜ୍ଞ ତଥା ପରିଚିତ ଗୀତିକାର ବଦ୍ରୀ ମିଶ୍ର, “ଶିଶୁ ସମାଚାର”ର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ଡକ୍ଟର ସାହୁ ଜଣେ ଶିଶୁ ସାହିତ୍ୟିକ ଓ ଗୀତିକାର ଭାବେ ସୁପରିଚିତ । ନିଜ କଣ୍ଠରେ ‘ୟୁଟ୍ୟୁବ୍‌’ ରେ ଗାଇଥିବା ଗୀତମାନଙ୍କ ମଧ୍ୟରେ ଏହା ତାଙ୍କର ତୃତୀୟ ଗୀତ । ବରଗଡ଼ର ‘ଓମ୍ ପ୍ରଡକ୍ସନ’ ଦ୍ୱାରା ନିବେଦିତ ଏହି ଗୀତଟି ଶ୍ରୋତାମାନଙ୍କ ଦ୍ୱାରା ଆଦୃତି ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar