ବରଗଡ଼ : ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ବୁଦ୍ଧଦେବ ପ୍ରଧାନଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏ ଅବରସରେ ବରଗଡ଼ ସହରର ମୁଖ୍ୟରାସ୍ତାରେ ଥିବା ସ୍ୱର୍ଗତ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ କରିଥିଲେ ।

ସମିତିର ଅଧ୍ୟକ୍ଷ ଅମରେନ୍ଦ୍ର ନାରାୟଣ ଯାଦବ , ପୌରାଧ୍ୟକ୍ଷା କଳ୍ପନା ମାଝୀ , ସ୍ୱର୍ଗତ ପ୍ରଧାନଙ୍କ ଧର୍ମପତ୍ନୀ କନକ ପ୍ରଧାନ ,ସଭାପତି ପ୍ରୀତମ ସିଂ,ପ୍ରଫେସର ସନ୍ତୋଷ ପଣ୍ଡା, ପ୍ରଫେସର ପ୍ରତୁଲ ଚନ୍ଦ୍ର ତ୍ରିପାଠୀ, ବିଶିଷ୍ଟ କଳାକାର ଜଗଦାନନ୍ଦ ମିଶ୍ର, ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର ସମେତ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!