ବରପାଲି: ଲେଣ୍ଡା ରନିଂ ଫୁଟବଲ ପ୍ରତିଯୋଗିତାରେ କାଇଁଶିର ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ବରପାଲି ବ୍ଲକ ଲେଣ୍ଡା ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ସ୍ଥାନିୟ ଏଥେଲେଟିକ ଏସୋସିଏସନ ଦ୍ୱାରା ଆୟୋଜିତ ସପ୍ତଦିବସୀୟ ଏହି ପ୍ରତିଯୋଗିତାର ପ୍ରଥମ ସେମି ଫାଇନାଲ ଜୁଲଟ ଏବଂ କାଇଁଶିର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାଇଁଶିର ଦଳ ଜୁଲଟକୁ ପରାସ୍ତ କରି ଫାଇନାପ୍ର ପ୍ରବେଶ କରିଥିଲା । ଏହି ଅବସରରେ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ମୁଖ୍ୟଅତିଥି ଏବଂ ପୂର୍ବତନ ବ୍ଳକ ଚେୟାରମେନ କିଶୋର ଦଫାଦାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଗବାନ ପଧାନ,ସିର ପଧାନ, ଅନିରୁଦ୍ଧ ବାଗ, ବୀରବର ପଧାନ, ଟିକେଲାଲ ବିଶ୍ୱାଳ, ଗାଗାରିନ ମିଶ୍ର, ସୁଦାମ ପଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସୌଭାଗ୍ୟ ରଞ୍ଜନ ବିଶ୍ୱାଲଙ୍କ ସଂଯୋଜନାରେ କ୍ରୀଡାବିଦ ସୁନୀଲ ବାଗ, ନରେଶ ପଧାନ, କଳିଙ୍ଗ ଭୋଇ , ଜିତେନ୍ଦ୍ର ବିଦ୍ୟାଧର, ଳକୃଷ୍ଣଚନ୍ଦ୍ର ବିଶ୍ୱାଳ, ରାଧାକାନ୍ତ ନାଏକ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!