ବରଗଡ଼ : ଇନରହ୍ଵିଲ କ୍ଲବ ଅଫ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରତର ବିଶିଷ୍ଟ ଶିକ୍ଷାବିଦ, ଦାର୍ଶନିକ ତଥା ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଜନ୍ମତିଥି ଅବସରରେ ଗୁରୁଦିବସ ପାଳିତ ହୋଇଯାଇଛି । ଏଇ କାର୍ଯ୍ୟକ୍ରମରେ କ୍ଲବ ତରଫରୁ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁଦିବସ ଉପଲକ୍ଷେ ଇନରହ୍ଵିଲ କ୍ଲବ ବରଗଡ଼ ସେଣ୍ଟ୍ରାଲର ସୁଷମା ଦାଶ ଉପସ୍ଥିତ ଛାତ୍ରୀ ମାନଙ୍କୁ ନିଜର କେରିୟର ଗଠନ ସମ୍ପର୍କୀତ ବିଭିନ୍ନ ଟିପ୍ସ ପ୍ରଦାନ କରିଥିଲେ । ହାଇସ୍କୁଲ ଶିକ୍ଷା ପରେ କିପରି ଛାତ୍ରୀ ମାନେ ଆର୍ଟ୍ସ, ସାଇନ୍ସ କିମ୍ୱା କମର୍ସ ପାଠ୍ୟକ୍ରମରେ ନିଜ କେରିୟରକୁ ସୁଦୃଢ କରିପାରିବେ ସେ ନେଇ ଉପଦେଶ ଦେଇଥିଲେ। କ୍ଲବର ସଭାନେତ୍ରୀ ଭାବନା ଅଗ୍ରୱାଲଙ୍କ ନେତୃତ୍ୱରେ  ଏହି  କାର୍ଯ୍ୟକ୍ରମରେ କେକ୍ କଟାଯିବା ସହ ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପସଭାନେତ୍ରୀ ଗୀତାଞ୍ଜଳୀ ମେହେର, ମମତା ଅଗ୍ରୱାଲ ଓ ବିନିତା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar