ବରଗଡ଼ : ଭାଦ୍ରବ ଆମାବାସ୍ୟା ପାଇଁ ରାଣୀ ସତି ଦାଦୀ ମନ୍ଦିର ତରଫରୁ ଏକ ନିଶାନ ପଦଯାତ୍ରା ଆୟୋଜିତ ହୋଇଥିଲା । ଶ୍ୟାମା କାଳି ମନ୍ଦିରରୁ ଏହି ନିଶାନ ପଦଯାତ୍ରା ବାହାରି ସହର ପରିକ୍ରମାପୂର୍ବକ ଡାଙ୍ଗ ସ୍ଥିତ ରାଣୀ ସତି ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା । ଶୋଭାଯାତ୍ରାରେ ରାଣୀ ସତି ଦାଦୀ ଜୀଙ୍କ ପ୍ରତିମୂର୍ତି ସୁସଜ୍ଜିତ ରଥରେ ନିଆଯାଇଥିଲା । ଶେଖର ଅଗ୍ରୱାଲ , ହେମରାଜ ଅଗ୍ରୱାଲ , ଶଙ୍କର ଅଗ୍ରୱାଲ, କୈଲାସ ଅଗ୍ରୱାଲ , ରାଜୁ ଶର୍ମା, ରତନ ଶର୍ମା, ମୋହନ ଗୁପ୍ତା, ଅରୁଣ ଅଗ୍ରୱାଲ, କହ୍ନେୟା ବଂସଲ,ବିଷ୍ଣୁ ଅଗ୍ରୱାଲ ସମେତ ବହୁ ଭକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ର୍ରିୟ ସହଯୋଗ କରିଥିଲେ ।