ଝାରବନ୍ଧ : ଝାରବନ୍ଧ ଓଡିଶା ଆଦର୍ଶ ବିଦ୍ୟାଳୟଠାରେ ଗୁରୁଦିବସ ପାଳିତ ହୋଇଯାଇଛି । ଏ ଅବସରରେ ମହାନ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗୁରୁଦିବସ ପାଳନ କରାଯାଇଥିଲା । ଅଧ୍ୟକ୍ଷ ବିଜୟ କୁମାର ଦାନୀଙ୍କ ସଭାପତିତ୍ୱରେ ଛାତ୍ରଛାତ୍ରୀମାନେ ଗୁରୁଶିଷ୍ୟ ସଂପର୍କକୁ ନେଇ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଶିକ୍ଷୟିତ୍ରୀ ସୁଦୀପ୍ତା ଗିରି, ଶିକ୍ଷକ ସୁଜିତ ବଢେଇ, ବିମଳେଶ୍ୱର ଭୁଏ, କ୍ଷୀରସାଗର ମହାନନ୍ଦ, ଆକାଶ ସାହୁ, ବିପିନ ମଲ୍ଲିକ, ଦାରାସିଂହ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଅସିତ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!