ବରଗଡ : ବରଗଡ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲା ସିନିୟର ସୁପ୍ରିୟା ସ୍ମାରକୀ ଫୁଟବଲ ପ୍ରତଯୋଗିତା ଆସନ୍ତା ସେପଟେମ୍ବର ମାସ ୧୫ ତାରିଖରୁ ଆରମ୍ଭ ହେବ । ଏଥିରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଥିବା ଜିଲ୍ଲା କ୍ରୀଡା ସଂସଦ ର ଅନୁବନ୍ଧିତ ସମସ୍ତ ଶିକ୍ଷାନୁଷ୍ଠାନ , କ୍ରୀଡା ଅନୁଷ୍ଠାନ, କ୍ଲବଗୁଡ଼ିକ ଆସନ୍ତା ସେପଟେମ୍ବର ୧୦ ତାରିଖ ମଧ୍ୟରେ ପ୍ରବେଶ ଫର୍ମ ସହ ପଞ୍ଜିକରଣ ଫି ଜମା କରି ନିଜ ଦଳର ନାମ ପଞ୍ଜିକରଣ କରାଇ ନେବାକୁ କୁହାଯାଇଛି । ଖେଳାଳୀ ମାନେ ନିଜର ଆଧାର କାର୍ଡ ଦେବା ବାଧ୍ୟତାମୂଳକ ବୋଲି ମଧ୍ୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଅନୁବନ୍ଧିତ ଅନୁଷ୍ଠାନ ମାନେ ପଞ୍ଜିକରଣ କରାଇ ନେବାକୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର ଓ ଫୁଟବଲ ସମ୍ପାଦକ ସେକ ସବଦର ଜଣାଇଛନ୍ତି ।

Leave a Reply

Your email address will not be published.

error: Content is protected !!