ବରଗଡ : ବରଗଡ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ପିସି ବେହେରା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୪ ଉଦଘାଟିତ ହୋଇଯାଇଛି । ଫୁଟବଲ ଏସୋସିଏସନ ଅଫ ଓଡ଼ିଶା (ଫାଓ) ଓ ବରଗଡ଼ ଜିଲ୍ଲା କ୍ରୀଡା ସଂସଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ବେଳେ ଏହା ଚାରୋଟି ଜୋନରେ ଅନୁଷ୍ଠିତ ହେଉଛି । ବରଗଡ ଠାରେ ଅନୁଷ୍ଠିତ ଜୋନ ୧ ର ପ୍ରଥମ ମ୍ୟାଚ ଖୋର୍ଦ୍ଧା ଓ ଝାରସୁଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଝାରସୁଗୁଡ଼ା ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା । ଝାରସୁଗୁଡ଼ା ଦଳ ପକ୍ଷରୁ ଏକମାତ୍ର ଗୋଲ ଦଶମୀ ଓରାମ ଦେଇଥିଲେ । ସେ ପ୍ରଥମ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ ହୋଇଥିଲେ । ବରଗଡ ଜୋନ -୨ ର ମ୍ୟାଚ ବାଲେଶ୍ୱର ଓ ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ଯାଜପୁର ଦଳ ୨-୧ ଗୋଲରେ ବିଜୟୀ ହୋଇଥିଲା । ଦଳ ର ୮ ନମ୍ବର ଖେଳାଳୀ ଲିପି କିଷାନ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ ହୋଇଥିଲେ ।

ସେହିପରି ସୋହେଲା ଜୋନର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ପୋଲିସ ଦଳ ସୁନ୍ଦରଗଡ଼( କ) ଦଳକୁ ୧୦-୦ ଗୋଲରେ ହରାଇ ପରବର୍ତ୍ତି ରାଉଣ୍ଡକୁ ଉନ୍ନୀତ ହୋଇଅଛି । ଅନ୍ୟ ପକ୍ଷରେ କଦଳୀପାଲି ଆନନ୍ଦ ଗ୍ରାଉଣ୍ଡ ରେ କେନ୍ଦୁଝର , ବଲାଙ୍ଗୀରକୁ ୧୩- ୦ ଗୋଲରେ ହରାଇ ପରବର୍ତ୍ତୀ ରାଉଣ୍ଡ କୁ ଉନ୍ନୀତ ହୋଇଅଛି । ବରଗଡ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।

ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ପୌରହିତ୍ୟ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଫୁଟବଲ ଏସୋସିଏସନ୍ ଅଫ ଓଡ଼ିଶାର ଉପ ସଭାପତି ସହଦେବ ରାଉତ, ଉପ ସଭାପତି ରବି ନାରାୟଣ ପଣ୍ଡା , ଯୁଗ୍ମ ସମ୍ପାଦିକା ତଥା ଆନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳୀ ଶ୍ରଦ୍ଧାଞ୍ଜଳୀ ସାମନ୍ତରାଏ , ଜିଲ୍ଲା କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ପ୍ରଭାତାଦିତ୍ୟ ମିଶ୍ର , ଜିଲ୍ଲା କ୍ରୀଡା ଅଧିକାରୀ ତୁଷାରକାନ୍ତି ମିଶ୍ର, କ୍ରୀଡା ସଂସଦର ଫୁଟବଲ ସମ୍ପାଦକ ସେକ ସବଦର , କୋଷାଧ୍ୟକ୍ଷ ଡ.ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ , କ୍ରିକେଟ ସମ୍ପାଦକ ଅମିୟ ଭୁଷଣ ସାହୁ, କାଉନସିଲ ସଦସ୍ୟ ବିଷ୍ଣୁ ପ୍ରସାଦ ଧାନୁକା, ମହେନ୍ଦ୍ର ଦାଶ, ପ୍ରଦୀପ ସାହୁ , ଦିଲୀପ ସାୱଡ଼ିଆ, ରଜତ ଦାଶ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!