ଭଟଲି : କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଭଟଲି ବ୍ଲକସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ବର୍ଗର ଖେଳାଳି ଚୟନ ଅନୁଷ୍ଠିତ ହୋଇଯାଇଛି । ଭଟଲି,ସୁକୁଡା,ତେଜାଗୋଲା ଓ ଉର୍ଦ୍ଦୁନା ସବ୍‌-ବ୍ଳକରୁ ବାଳକ ବର୍ଗରେ ୧୦୦ ଜଣ ଓ ବାଳିକା ବର୍ଗରେ ୭୨ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ଏଥିରେ ବ୍ଲକର ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗଦାନ କରି ଖେଳାଳି ଚୟନ କରିଥିଲେ ।

ଏ ଅବସରରେ ଅନୁଷ୍ଠିତ ଖେଳକୁ ସନ୍ତୋଷ ଗଡତିଆ,ନାରାୟଣ ପାତ୍ର,ପ୍ରଦୀପ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ବିଇଓ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆନ୍ତର୍ଜାତିୟ ଖେଳାଳୀ ତଥା ଫୁଟବଲ କୋଚ୍ ସନ୍ତୋଷ ପ୍ରଧାନ ସମ୍ମାନିତ ଅତିଥି , ବିଦ୍ୟାଳୟର ପ୍ରଧାନଶିକ୍ଷକ ଲାବଣ୍ୟବତୀ ସାହୁ,ବ୍ଳକ ସଂପାଦକ ଗର୍ଜନ ସା ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ବାଳିକା ମାନଙ୍କ ସଂଖ୍ୟା ଅଧିକ ଯୋଗଦାନ କୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!