ବରଗଡ : ଆସନ୍ତା ୨୩ ତାରିଖରୁ ବରଗଡ ଜିଲ୍ଲାରେ ଆନ୍ତଃ ଜିଲ୍ଲା ମହିଳା ପିସି ବେହେରା ଫୁଟବଲ୍ ଟୁର୍ନାମେଣ୍ଟ – ୨୦୨୪ ଆରମ୍ଭ ହେବ । ଫୁଟବଲ ଏସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲ୍ଲା କ୍ରୀଡା ସଂସଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଚାରୋଟି ଜୋନରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ମୁକାବିଲା ସେପଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ ।

ତନ୍ମଧ୍ୟରୁ ବରଗଡ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ଦୁଇଟି ଜୋନ ଏବଂ ସୋହେଲା ଓ ବରପାଲି କଦଲିପାଲିରେ ଗୋଟିଏ ଲେଖାଏଁ ଜୋନର ମ୍ୟାଚ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୨ ଟି ଦଳ ଭାଗ ନେବ ବୋଲି ଆୟୋଜକ କମିଟୀ ତରଫରୁ ସୂଚନା ଦିଆଯାଇଛି । ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ଫୁଟବଲ ଏସୋସିଏସନ ଅଫ ଓଡ଼ିଶାର ରେଫରିମାନଙ୍କ ମୁଖ୍ୟ ଦୁର୍ଗାମାଧବ ନାୟକ ଉପସ୍ଥିତ ରହିବେ ଓ ତାଙ୍କ ତତ୍ୱାବଧାନରେ ଅଫିସିଆଲମାନେ ମ୍ୟାଚ୍ ପରିଚାଳନା କରିବେ ବୋଲି ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.

error: Content is protected !!