ବରଗଡ : ବିଡିପିଏଲ -୭ ର ପ୍ରଥମ ଫାଇନାଲିଷ୍ଟ୍ ଭାବରେ ଅତାବିରା ହ୍ଵାଇଟ ହର୍ଷ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ରେ ଅତାବିରା ହ୍ଵାଇଟ ହର୍ଷ ସିଂ ୱାରୀୟରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଅତାବିରା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଅଧିନାୟକ ମହମ୍ମଦ ସଲିମ ଙ୍କ ଅପରାଜିତ ୯୬ ରନ, କାଂହା ଅଗ୍ରୱାଲ ଙ୍କ ୪୦ ରନ ସହାୟତାରେ ଅତାବିରା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୮୧ ରନ କରିଥିଲା । ପ୍ରତିପକ୍ଷ ଦଳର ରାହୁଲ ଚୌଧୁରୀ ୨୨/୨, ନିଖିଳ ପାଢ଼ୀ ୧୫/୨, ସାୟଦ୍ ଜାକି ୩୦/୧, ସୁଶାନ୍ତ ବିଶି ୪୩/୧, ଶ୍ରୀକାନ୍ତ ପ୍ରଧାନ ୩୯/୧ ୱିକେଟ ନେଇଥିଲେ। ଜବାବରେ ସିଂ ୱାରୀୟର୍ ଦଳ ବ୍ୟାଟିଂ କରିବାକୁ ଓହ୍ଲାଇ ପ୍ରାରମ୍ଭିକ ବିପର୍ଯ୍ୟୟ ର ସମ୍ମୁଖୀନ ହୋଇ ଗୋଟିଏ ସମୟ ରେ ୧୮ ରନ ମଧ୍ୟରେ ତିନିଟି ଉଇକେଟ ହରାଇ ଅସୁବିଧା ସ୍ଥିତିରେ ଥିଲେ।ହେଲେ ପରବର୍ତ୍ତୀ ସମୟରେ ଦଳ ର ବରିଷ୍ଠ ଖେଳାଳି ବିକାଶ ପ୍ରଧାନ ଖେଳର ମଙ୍ଗ ସମ୍ଭାଳିବା ପରେ ତାଙ୍କର ସୁନ୍ଦର ବ୍ୟାଟିଂ ଫଳରେ ଦଳର ସ୍ଥିତି ରେ ପରିବର୍ତ୍ତନ ଆସିଥିଲା। ଦଳ ପକ୍ଷରୁ ବିକାଶ ପ୍ରଧାନ ୫୦ ରନ,ହିମାଂଶୁ ବିଷ୍ଟ୍ ୨୯ ରନ କରିଥିଲେ ।ଫଳରେ ଦଳ ୧୫.୩ ଓଭର ରେ ୧୪୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ। ଫଳରେ ଅତାବିରା ଦଳ ମ୍ୟାଚ୍ କୁ ୩୬ ରନରେ ଜିତି ନେଇ ପ୍ରଥମ ଦଳ ଭାବରେ ଫାଇନାଲ କୁ ପ୍ରବେଶ କରିଥିଲା।ଅତାବିରା ପକ୍ଷରୁ ତାରିଣୀ ସା ୧୫/୪ ୱିକେଟ ଓ ସୁଶାନ୍ତ ଗୁପ୍ତା ୧୦/୩ ୱିକେଟ ନେଇଥିଲେ। ଆଜିର ପ୍ରଥମ ଖେଳ କୁ ପୃଥିବୀରାଜ ମିଶ୍ର, ଆନନ୍ଦ ହୋତା ପରିଚାଳନା କରିଥିଲେ।

ବରଗଡ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ, ଜଗନ୍ନାଥ ଡେଣ୍ଟାଲ କ୍ଲିନିକ୍ ର ଚେୟାରମେନ ଡ. ଜଗନ୍ନାଥ ପଣ୍ଡିତ ,ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ହରିହର ପ୍ରଧାନ, ସଦସ୍ୟ ପ୍ରଦୀପ ନନ୍ଦ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଅତାବିରା ଦଳର ଅଧିନାୟକ ମହମ୍ମଦ ସଲିମ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar