ବରଗଡ଼ : ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ବିଡିପିଏଲ ର ପଞ୍ଚମ ଦିବସରେ ୟୁନାଇଟେଡ଼ ଡ୍ରିମ ଇଲେଭେନ ୧୬୬ ରନ ର ବୃହତ ଵିଜୟ ହାସଲ କରିଛି । ୟୁନାଇଟେଡ଼ ଡ୍ରିମ ଇଲେଭେନ ଓ ବରଗଡ଼ ରୟାଲ ଟାଇଗର୍ସ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ରେ ଟସ ଜିତି ବରଗଡ଼ ରୟାଲ ଟାଇଗର୍ସ ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅପରପକ୍ଷେ ୟୁନାଇଟେଡ଼ ଡ୍ରିମ ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟରେ ୧୯୯ ରନ ର ଵିଶାଲ ସ୍କୋର କରିଥିଲା । ଦଳ ପକ୍ଷରୁ ପ୍ରକାଶ ମାହାନା ୨୭ ବଳରେ ୫୬ ରନ , ହରିଶ ପାତ୍ର ୩୨ ବଳରେ ୫୦ ରନ ଏବଂ ପ୍ରବୀଣ ଲୁହା ୨୬ ବଳରେ ୪୧ ରନ ର ଯୋଗଦାନ କରିଥିଲେ । ବରଗଡ଼ ରାୟଲ ଟାଇଗର୍ସ ର ରାଜକିଶନ ପଟେଲ ୨୮ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ବରଗଡ଼ ରାୟଲ ଟାଇଗର୍ସ ୟୁନାଇଟେଡ଼ ଡ୍ରିମ ଇଲେଭେନ ର ବୋଲରଙ୍କ ସାମନା କରି ନ ପାରି ୮.୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୩୩ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଦୂର୍ଗା ପ୍ରସାଦ ଅଗ୍ରୱାଲ ୧୩ ରନ କରିଥିଲେ । ୟୁନାଇଟେଡ଼ ଡ୍ରିମ ଇଲେଭେନ ତରଫରୁ ଅମିତ ସାହୁ ୬ ରନ ଦେଇ ୬ ଉଇକେଟ ଏବଂ ପ୍ରକାଶ ମାହାନା ୭ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାଚ ରେ ସୁଶାନ୍ତ ପାଣିଗ୍ରାହୀ ଓ ଆନନ୍ଦ ହୋତା ଆମ୍ପାୟର ଦାୟିତ୍ୱ ତୁଳାଇଥିଲେ ।
ମ୍ୟାନ ଅଫ ଦି ମ୍ୟାଚ ୟୁନାଇଟେଡ଼ ଡ୍ରିମ ଇଲେଭେନ ର ଅମିତ ସାହୁ ଙ୍କୁ ବରଗଡ଼ ତହସିଲଦାର ସଂଜୀଵ ମେହେର ,ସୁରେଶ ଅଗ୍ରୱାଲ , ଆଇନଜୀବୀ ଦେବଦତ୍ତ ମିଶ୍ର , ଜିଲା କ୍ରିକେଟ ଆସୋସିଏସନ ର ଅମୀୟ ସାହୁ ଅତିଥି ଭାବରେ ଯୋଗ ଦେଇ ପୃରସ୍କାର ପ୍ରଦାନ କରିଥିଲେ ।

Leave a Reply

Your email address will not be published.

error: Content is protected !!