ବରଗଡ଼ : ମିନି ଷ୍ଟାଡିୟମରେ ବରଗଡ଼ ଜିଲା ପ୍ରିମୀୟର ଲିଗର ସପ୍ତମ ସଂସ୍କରଣ ଅନୁଷ୍ଠିତ ହେଉଥିବା ବେଳେ ଶନିବାର ଚତୁର୍ଥ ଦିବସର ପ୍ରଥମ ମ୍ୟାଚ ସିଂ ୱାରୀୟସ ଏବଂ ବରଗଡ଼ ସ୍ପାର୍ଟନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ରେ ସିଂ ୱାରୀୟସ ଦଳ ୩୪ ରନରେ ବିଜୟୀ ହୋଇଥିଲା ।  ସିଂ ୱାରିୟସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭର ରେ ୭ ଉଇକେଟ ବିନିମୟରେ ୧୮୯ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସୟଦ ଜାକି ୫୮ ବଳରେ ୭ ଛକା ଓ ୧୧ ଚଉକା ସହାୟତା ରେ ୧୨୦ ରନ କରି ଅପରାଜିତ ରହିଥିଲେ । ସେହିପରି ରାକେଶ ପ୍ରସାଦ ସିଂହ ୧୪ ରନ କରିଥିଲେ । ବରଗଡ଼ ସ୍ପାର୍ଟନର ରାଜା ବାବୁ ୨୯/୫ , ପ୍ରୟାସ ଠାକୁର ୨୬/୧ , ରୂପକ ପ୍ରଧାନ ୩୫/୧ ଉଇକେଟ ନେଇଥିଲେ । ୧୯୦ ରନର ବିଜୟ ଲକ୍ଷ୍ୟ ନେଇ ବରଗଡ଼ ସ୍ପାର୍ଟନ ଦଳ ପଡ଼ିଆକୁ ଓହ୍ଲାଇ ୨୦ ଓଭର ରେ ୭ ଉଇକେଟ ବିନିମୟରେ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଦାସରି ବିବେକ କୁମାର  ୬୩ ରନ ଏବଂ ରୂପକ ପ୍ରଧାନ ୩୦ ରନର ଯୋଗଦାନ କରିଥିଲେ । ସିଂ ୱାରିୟସ ତରଫରୁ ରାହୁଲ ଚୌଧୁରୀ ୨୦/୩ ଏବଂ ଶ୍ରୀକାନ୍ତ ପ୍ରଧାନ ୧୨/୨ ଉଇକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚକୁ ସିଂ ୱାରିୟସ ୩୪ ରନରେ ଜିତି ନେଇଥିଲା ।
ପ୍ରଦୀପ ନନ୍ଦ ଓ ଅମୀୟ ଭୂଷଣ ସାହୁ ଆମ୍ପାୟର ଦାୟିତ୍ୱ ତୁଲାଇଥିଲେ । ରଜତ ଦାଶ ସ୍କୋରର ଦାୟିତ୍ବ ତୁଳାଇଥିବା ବେଳେ ସନ୍ତୋଷ ନାୟାର ଓ ଶୁଭମ ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ସିଂ ୱାରିୟାସର ସୟିଦ ଜାକି ଙ୍କୁ ଅତିଥି ଡା.ପ୍ରବୀଣ ଅଗ୍ରୱାଲ , ସୁବ୍ରତ ମିଶ୍ର, ବିପିନ ଗୁପ୍ତା, ଡ଼.ଶୁଭ୍ରାଂଶୁ ଶେଖର ମହାପାତ୍ର ପୁରସ୍କାର ପ୍ରଦାନ କରିଥିଲେ ।

Leave a Reply

Your email address will not be published.

error: Content is protected !!